www.samajalive.in
Wednesday, December 10, 2025
14.1 C
Bhubaneswar

୬ ମାସରେ କଂକ୍ରିଟରାସ୍ତା ଦୁଇଫାଳ

ଗୁଡ଼ଭେଲା : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଜାମୁଟ ପଞ୍ଚାୟତ ରହେମାନ ହରିଜନପଡାକୁ ୨୦୨୧ – ୨୨ ଆର୍ଥିକ ବର୍ଷରେ କଂକ୍ରିଟରାସ୍ତା ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧.୯୦ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଦିଆଯାଇଥିଲା। କିନ୍ତୁ ଅତି ନିମ୍ନମାନର କାମ ଯୋଗୁଁ ମାତ୍ର ୬ ମାସ ମଧ୍ୟରେ ରାସ୍ତା ଫାଟିଯାଇ ଦୁଇଫାଳ ହୋଇଯାଇଥିବା ପଡାବାସୀ ଅଭିଯୋଗ କରିଛନ୍ତି। ନିମ୍ନମାନର ନିର୍ମାଣକୁ ନେଇ ପଡାବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଅଧିକାରୀ କିଛି ଶୁଣି ନ ଥିଲେ। ନିର୍ମାଣ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଅମରେଶ ମେହେରଙ୍କୁ ପଚାରିବାରୁ ଡମ୍ଫର ଯାଇଥିବାରୁ ରାସ୍ତା ଫାଟିଯାଇଛି ବୋଲି କହିଥିଲେ। ସାମାନ୍ୟ ଡମ୍ଫର ଯିବାରୁ ଯଦି ରାସ୍ତା ଫାଟି ଗଲା, ତେବେ ରାସ୍ତା କେତେ ମଜଭୁତରେ ନିର୍ମାଣ ହୋଇଛି ବୋଲି ପଡ଼ାବାସୀ ପ୍ରଶ୍ନ କରିଛନ୍ତି। ରାସ୍ତା ନିର୍ମାଣରେ ଦୁର୍ନୀତିକୁ ଘୋଡିବା ଲାଗି ସୂଚନାଫଳକକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା ପଡାବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗୁଡ଼ଭେଲା ବିଡିଓ ବିନୋଦ ନାଏକଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories