ବୌଦ୍ଧ : ବୌଦ୍ଧ ସହରର ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଏକଦିବସୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪୪ଟି ବୈଜ୍ଞାନିକ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା।
ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାମଣ୍ଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ପ୍ରଧାନ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସତ୍ୟନାରାୟଣ ସ୍ୱାଇଁ ବିଚାରକ ଭାବରେ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ବିଜୟକୁମାର ପ୍ରଧାନ ଓ ସଂଜୀବ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କଲ୍ୟାଣୀ ପାଣିଗ୍ରାହୀ, ଅର୍ଚ୍ଚନା ମହାନ୍ତି, ବିଜୟ କୁମାର କ୍ଷେତି, ମଞ୍ଜିତ ମୋହନ ଚାନ୍ଦ, ସନ୍ଧ୍ୟାରାଣୀ ମିଶ୍ର, କୁମୁଦିନୀ ଦେବୀ, ମୀନାରାଣୀ ପଣ୍ଡା, ଶୁଭ୍ରସ୍ମିତା ମେଣ୍ଡିଳୀ, ମମତା ସାହୁ ଓ ବିଦ୍ୟାଳୟ କର୍ମଚାରୀ କଲ୍ୟାଣ କୁମାର ବେହେରା, ସସ୍ମିତା ରଥ ପ୍ରମୁଖ ସହଯୋଗ କରିଥିଲେ।



