www.samajalive.in
Saturday, December 13, 2025
21.1 C
Bhubaneswar

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ପାନୀୟ ଜଳର ଉତ୍କଟ ଅଭାବ

ମୋହନା: ଗ୍ରୀଷ୍ମଋତୁ ପ୍ରବେଶ ହେଉ ହେଉ ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଲାଣି। ଯାହାକୁ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଲେଣି। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ବରେ ରହିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି। ଆଗରୁ ଅନେକ ଥର ଏହି ଛାତ୍ରୀ ନିବାସରେ ପାନୀୟ ଜଳର ଅଭାବ ଯୋଗୁଁ ଛାତ୍ରୀ ମାନେ ରାସ୍ତା କଡରୁ ପାଣି ବୋହି ନେଇ ବ୍ୟବହାର କରୁଥିବାର ନିଜର ମଧ୍ୟ ରହିଛି। ସ୍ନାନ ଶୌଚ ପାଇଁ ନଦୀକୁ ମଧ୍ୟ ଯାଉଥିଲେ। ଯାହାକି ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇ ପାରିନି। ଯଦ୍ୱାରା ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ୧୧ ଶହ ଟଙ୍କା ବିନିମୟରେ ବାହାରୁ ପାଣି ଟାଙ୍କି କିଣି ଆଣି ଯୋଗାଇଥାନ୍ତି। ସେହି ପାଣିକୁ ଛାତ୍ରୀ ମାନେ ବିଭିନ୍ନ କାମରେ ଲଗାଇଥାନ୍ତି। ଏହା ମଧ୍ୟ ସମୁଦ୍ରକୁ ଶଙ୍ଖେ । ପାନୀୟ ଜଳର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଛାତ୍ରୀ ମାନେ ବାହାରୁ ପାଣି ବୋତଲ କିଣିବାକୁ ପଡୁଥିବା କହିଛନ୍ତି। ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ନୂତନ ନଳକୂପ ଖନନ ସହ ଘରୋଇ ପାଇ ଲାଇନ ସଂଯୋଗ କରିବାକୁ ବିଡ଼ିଓ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଏକ ଲିଖିତ ଅଭିଯୋଗ ବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଛନ୍ତି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories