ଆସନ୍ତାକାଲିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ, ପ୍ରଭାବିତ ହେବ ବ୍ୟାଙ୍କ ସେବା

ଭୁବନେଶ୍ବର: ଆସନ୍ତାକାଲିଠାରୁ ୨ଦିନିଆ ବ୍ୟାଙ୍କ ଧର୍ମଘଟ। ମାର୍ଚ୍ଚ ୨୮ ଓ ୨୯ ଦୁଇଦିନ ବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ଅଲ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକଙ୍କ ସୂଚନା ଦେଇ କହିଛନ୍ତି ଯେ ଆମେ ସରକାରଙ୍କ ବ୍ୟାଙ୍କ ଘରୋଇ କରଣକୁ ବିରୋଧ କରୁଛୁ। ଏହାର ପ୍ରତିବାଦରେ ମାର୍ଚ୍ଚ ୨୮ ଓ ୨୯ରେ ଧର୍ମଘଟ କରିବୁ। ବୀମା ଓ ଅନ୍ୟ କମ୍ପାନୀମାନେ ମଧ୍ୟ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

kalyan agarbati

Comments are closed.