www.samajalive.in
Saturday, December 13, 2025
26.1 C
Bhubaneswar

ମାମୁଁଘର ଗାଁରୁ ସନ୍ଦେହଜନକ ଅବସ୍ଥାରେ ଭଣଜାର ମୃତଦେହ ଉଦ୍ଧାର

କଲମପୁର: ମାମୁଁଘର ଗାଁକୁ ଯାଇଥିଲା ଭଣଜା। ସାଙ୍ଗରେ ପତ୍ନୀ ଓ ଶିଶୁ ପୁତ୍ର ମଧ୍ୟ ଥିଲେ। କିନ୍ତୁ ଭଣଜା ନିଖୋଜ ହେବା ଓ ପର ଦିନ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିବା ଭଳି ଅଭାବନୀୟ ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି ହେଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଗୁଣପୁର ପୁଲିସ ଫାଣ୍ଡି ଅନ୍ତର୍ଗତ ଥୁଆମୁଳ ଭଟ୍ଟାଗୁଡା ଗ୍ରାମର ୪୦ ବର୍ଷୀୟ କିଆଫୁଲ ମାଝୀ ନିଜ ପତ୍ନୀ ମହକେଇ ମାଝୀ ଓ ଶିଶୁ ପୁଅକୁ ନେଇ ନୁନରେସ ଗାଁଠାରେ ଥିବା ବାନ୍ଦୁ ମାଝୀଙ୍କ ଘରକୁ ଗତ ମଙ୍ଗଳବାର ଦିନ ଯାଇଥିଲେ। କିନ୍ତୁ ମାମୁଁଘରେ ପତ୍ନୀ ଓ ପୁଅ ଥିବା ବେଳେ ବୁଧବାର ଦିନ କିଆଫୁଲ କେଉଁଆଡେ ଚାଲିଯାଇଥିଲେ। ରାତିରେ ମଧ୍ୟ କିଆଫୁଲ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ କିଆଫୁଲଙ୍କ କୌଣସି ସନ୍ଧାନ ପାଇନଥିଲେ। ଶେଷରେ ଗାଁ ମୁଣ୍ଡରେ ଥିବା ଜଙ୍ଗଲର ଏକ ପଣସ ଗଛରେ ବେକରେ ଗାମୁଛା ଦେଇ ଏକ ପଥର ଚଟାଣରେ ଗୋଡ ଦେଇ ଝୁଲନ୍ତା ଅବସ୍ଥାରେ କିଆଫୁଲଙ୍କ ମୃତଦେହ ଥିବା ସମ୍ପର୍କୀୟମାନେ ଜାଣିଥିଲେ। ତୁରନ୍ତ ଏନେଇ କିଆଫୁଲଙ୍କ ପରିବାର ସମେତ ଅନ୍ୟ ସମସ୍ତ ସମର୍କୀୟଙ୍କୁ ମାମୁଁଘର ଲୋକ ଜଣାଇଥିଲେ। ଏହି ଘଟଣାକୁ ନେଇ କିଆଫୁଲର କକା ଘାସିରାମ ମାଝୀ ଥୁଆମୁଳ ରାମପୁର ଥାନାରେ ଏକ ଲିଖିତ ଏତଲା ଦେବା ପରେ ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ, ଗୁଣପୁର ପୁଲିସ ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପଂଚନାମା କରିଥିଲେ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ତୁରନ୍ତ ତଦନ୍ତ ପାଇଁ ଅପରାଧ ନିୟନ୍ତ୍ରଣ ବୈଷୟିକ ଦଳର ସହାୟତା ନେଇଥିଲେ। ବୈଷୟିକ ଦଳ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରି ଘଟଣାର ତଦନ୍ତ ଜାରି ୠଖିଛନ୍ତି।

- Advertisement -

ଅନ୍ୟପଟେ ମୃତଦେହକୁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଗୁଣପୁର ଫାଣ୍ଡି ଅଧିକାରୀ ଦିଗାମ୍ବର ସାହୁ ଘଟଣାର ତଦନ୍ତ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories