www.samajalive.in
Monday, December 15, 2025
27.1 C
Bhubaneswar

ନାବାଳିକାକୁ ମାରିଲା; କଟାମୁଣ୍ଡ ଧରି ଗାଁରେ ବୁଲିଲା

କୁଚିଣ୍ଡା: ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗାଁରେ ଘଟିଛି ଏକ ଲୋମ ହର୍ଷଣକାରୀ ଘଟଣା। ଜଣେ ୮ ବର୍ଷୀୟ ଶିଶୁ କନ୍ୟାକୁ ହାଣି ବିଭତ୍ସ ଭାବେ ହତ୍ୟା କରିଛି ଜଣେ ଯୁବକ। ଏହାପରେ ଶିଶୁର କଟା ମୁଣ୍ଡ ଧରି ଗାଁରେ ବୁଲିଥିଲା ଯୁବକ।

ସୂଚନା ମୁତାବକ, ଗାଁର ପ୍ରଶାନ୍ତ ବଗାର(୩୫) ନାମକ ଜଣେ ଯୁବକ ସେହି ଗ୍ରାମର ନବକିଶୋର ଧୁରୁଆଙ୍କ ୮ ବର୍ଷୀୟ ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। କେବଳ ଏତିକି ନୁହେଁ ହତ୍ୟା କରିବା ପରେ ପ୍ରଶାନ୍ତ କଟାମୁଣ୍ଡ ଧରି ଗାଁରେ ବୁଲିଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଜମନକିରା ଆଇଆଇସି ପ୍ରେମଜିତ୍ ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ବଗାରକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

- Advertisement -

 

 

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories