www.samajalive.in
Monday, December 8, 2025
27.1 C
Bhubaneswar

ସ୍ପଷ୍ଟବାଦୀ କରୀନା

ମୁମ୍ବଇ : ସେପ୍ଟେମ୍ବର ୨୧ରେ ନିଜ ପରିବାର ସହ ପଟୌଦି ବେଗମ୍ କରୀନା କପୁର ଖାନ୍ ନିଜ ୩୮ତମ ଜନ୍ମଦିନକୁ ଖୁବ୍ ଆଡ଼ମ୍ବରରେ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ କରୀନା ଏକ ନାମୀ ଚ୍ୟାନେଲ୍‌କୁ ସାକ୍ଷାତକାର୍‌ ଦେଇଥିଲେ। ପାରିବାରିକ କଥା ସହ ନିଜ କ୍ୟାରିୟର ସମ୍ପର୍କିତ ଅନେକ ରୋଚକ ତଥ୍ୟ ସେ କ୍ୟାମେରା ସମ୍ମୁଖରେ ପ୍ରକାଶ କରିବାରେ ଆଦୌ ସଙ୍କୋଚ କରିନଥିଲେ। ଜେଜେ ବାପା ରାଜକପୁରଙ୍କ ସବୁଠୁ ଗେହ୍ଲା ନାତିନାତୁଣୀ ଥିଲେ ରଣବୀର ଓ କରୀନା। କରୀନାଙ୍କ ନାମ ମଧ୍ୟ ଜେଜେବାପା ଦେଇଥିଲେ। ରୁଷିଆ ଭ୍ରମଣକୁ ଖୁବ୍ ପସନ୍ଦ କରୁଥିବା ରାଜକପୁର ବରାବର ବର୍ଷକୁ ୩-୪ଥର ସେଠାକୁ ଯାଇଥିଲେ। କରୀନାଙ୍କ ଜନ୍ମପୂର୍ବରୁ ମଧ୍ୟ ସେ ରୁଷିଆ ଯାଇଥିଲେ। ଫେରିବାର କିଛି ସପ୍ତାହ ପରେ ପୁଅ ରଣଧୀର କପୁରଙ୍କ ଏଇ ସାନଝିଅର ଜନ୍ମ ହେଲା। ରୁଷୀୟ ନାମ ‘କରୀନା’ ହିଁ ଝିଅର ନାମ ରଖାଯିବ ବୋଲି ରାଜ କପୁର ପ୍ରସ୍ତାବ ଦେଲେ ଓ ସମସ୍ତେ ଏହା ମଧ୍ୟ ଗ୍ରହଣ କଲେ। ପିଲାଦିନୁ ମା’ ବବିତା ଦୁଇ ଝିଅଙ୍କୁ ପାଠ ପଢ଼ିବାକୁ ବାରମ୍ବାର ଚାପ ପକାଉଥିଲେ, କିନ୍ତୁ କରୀନା କାହା କଥା କିଛି ଶୁଣୁନଥିଲେ। ବରଂ ସେସମୟର ସୁପରହିଟ୍ ନାୟିକା ସ୍ବର୍ଗୀୟା ଶ୍ରୀଦେବୀ, ମାଧୁରୀ ଦୀକ୍ଷିତଙ୍କ ଗୀତରେ ବୈଠକଖାନାରେ ତାଳେତାଳେ ନାଚିବା ଆରମ୍ଭ କରିଦେଉଥିଲେ। କେହି ଦେଖନ୍ତୁ କି ନ ଦେଖନ୍ତୁ, ବାପା ରଣଧୀର ଝିଅର ପ୍ରତ୍ୟେକ କାମକୁ ନିରୀକ୍ଷଣ କରିବା ସହ ପ୍ରଶଂସା କରୁଥିଲେ। ମା’ ବବିତା ମଧ୍ୟ ଖୁବ୍ ଗାଳିଦେଉଥିଲେ କାରଣ ତାଙ୍କ ଇଚ୍ଛା ଥିଲା ଝିଅ ଅନ୍ୟ କ୍ଷେତ୍ରରେ କ୍ୟାରିୟର କରୁ ବୋଲି। ଜେଜେ ମା’ କ୍ରିଷ୍ଣା ରାଜ୍‌ କପୁର ତାଙ୍କୁ ସବୁବେଳେ କହୁଥିଲେ, ତୁ ଅଭିନୟ ହିଁ କରିବୁ। କ୍ୟାରିୟର ଆରମ୍ଭ ସମୟରେ ମା’ ବବିତା ଏକରକମ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ, କିନ୍ତୁ ଏବେ ଝିଅର ସଫଳତା ଦେଖି ସେ ଖୁବ୍ ଆଶ୍ବସ୍ତ ବୋଲି କରୀନା କହିଛନ୍ତି। ସ୍ବାମୀ ସୈଫ୍‌ ତାଙ୍କୁ କୌଣସି କାମରେ କଟକଣା କରିନଥିବାବେଳେ ଶାଶୂ ଶର୍ମିଲା ଠାକୁରଙ୍କ ନିକଟରୁ ସେ ବହୁତ କିଛି ଶିଖିଥିବାର ପ୍ରକାଶ। କରୀନା ନିଜ ସମ୍ପର୍କରେ ମଧ୍ୟ ଏକଥା ସ୍ପଷ୍ଟ କରିଥିଲେ ଯେ ସେ କାହା ଉପଦେଶ ଗ୍ରହଣ କରୁନଥିବାବେଳେ କାହାକୁ ଉପଦେଶ ଦେବାକୁ ମଧ୍ୟ ଉଚିତ୍ ମଣନ୍ତିନାହିଁ। ପୁଅ ତୈମୁରର ଦାୟିତ୍ବ ସେ ଓ ସୈଫ୍ ଭଲଭାବେ ନେଉଥିବାବେଳେ ଅଧିକାଂଶ ବିଦେଶ ଯାତ୍ରାରେ ସେ ପୁଅକୁ ସାଥିରେ ନେଇଯାନ୍ତି। ମା’ ହେବା ପରେ ଦାୟିତ୍ବ ବଢ଼ିବା ସହ କାମ ମଧ୍ୟ ବଢ଼ିଛି ବୋଲି ହସିହସି କହିଥିଲେ କରୀନା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories