www.samajalive.in
Friday, December 5, 2025
20.1 C
Bhubaneswar

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ – ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗୁଣପୁର -ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କ। ଲାଞ୍ଚ ନେଉଥିବାବେଳେ ଗତ ୨ ତାରିଖରେ ଭିଜିଲାନସ୍‌ ହାତରେ ରାୟଗଡା ଜିଲା ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଧରା ପଡିଥିଲେ । ଏ ତାଙ୍କୁ ବୁଧବାରରେ ରାଜ୍ୟ ସରକାର ବାଧ୍ୟତା ମୂଳକ ଅବସର ଦେଇଛନ୍ତି । ଦୂର୍ନିତି ମାମଲାରେ ଛନ୍ଦି ହୋଇପଡିଥିବାରୁ ତାଙ୍କ ବିରୋଧରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ଯୋଗ୍ୟ ୧୧ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ୫୦ ପ୍ରତିଶତ ଏରିୟର କରିବା ଏବଂ ୨୯ ଜଣଙ୍କ ଶିକ୍ଷକଙ୍କ ସର୍ଭିସ ବୁକ ସମ୍ୱନ୍ଧୀୟ କାଗଜପତ୍ର ଭୂବନେଶ୍ୱର ଏଜି ଅଫିସକୁ ପଠାଇବା ପାଇଁ ସେ ଟଙ୍କା ଦାବି କରିଥିଲେ । ଏହି ଘଟଣା ନେଇ ଅବସପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ଭିଜିଲାନ୍‍ସ ଜୟପୁର ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅବସପ୍ରାପ୍ତ ଶିକ୍ଷକ ପ୍ରଭାତ ମହାପାତ୍ର ୧୦ ହଜାର ଟଙ୍କା ଧରି ବିଇଓ ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରକୁ ଯାଇଥିଲେ । ଟଙ୍କା ନେଉଥିବା ସମୟରେ ରାୟଗଡା ଭିଜାଲାନସ୍‌ ଟିମ ସେଠାରେ ପହଁଞ୍ଚି ଟଙ୍କା ସହ ବିଇଓ ବେହେରାଙ୍କୁ ଗିରଫ କରିଥିଲେ । ଏଥି ସହ ତାଙ୍କ ନିକଟରୁ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ଭିଜିଲାନସ୍‌ ଜବତ କରିଥିଲେ । ରାୟଗଡା ଡିଏସ୍‌ପି ସୁରେନ୍ଦ୍ର ନାଥ ରାଇଗୁରଙ୍କ ଅଧ୍ୟକ୍ଷତାରେ ଭିଜିଲାନସ୍‌ ଟିମ ଗୁଣପୁର ଆସି ଚଢଉ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଭିଜିଲାନସ୍‌ ଥାନା କେସ୍‌ ନଂ.୪/୨୦୨୨ କ୍ରମେ ବିଇଓ ବେହେରାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories