www.samajalive.in
Wednesday, December 10, 2025
14.1 C
Bhubaneswar

ଆସନ୍ତାକାଲି ଏନଏସି ନିର୍ବାଚନ: ୧୮ ବୁଥରେ ମତଦାନ କରିବେ ୧୪ହଜାର ୭୫ଜଣ ଭୋଟର

ବାଙ୍କୀ: ପୌର ନିର୍ବାଚନ ପରିପ୍ରେକ୍ଷୀରେ ବାଙ୍କୀ ଏନଏସିରେ ଗୁରୁବାର ୧୭ଟି ୱାର୍ଡର ୧୮ଟି ମତଦାନ କେନ୍ଦ୍ରରେ ୧୪ହଜାର ୭୫ଜଣ ଭୋଟର ନିଜର ନିର୍ଣ୍ଣାୟକ ପାରିଷଦ ପ୍ରାର୍ଥି ଏବଂ ପୌରାଧ୍ୟକ୍ଷ ପ୍ରାର୍ଥି ଚୟନରେ ମତଦାନ କରିବେ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ବୁଧବାର ଅପରାହ୍ନ ୧ଟା ମଧ୍ୟରେ ସ୍ଥାନୀୟ ଚର୍ଚ୍ଚିକା ନୋଡାଲ ବିଦ୍ୟାଳୟ ପରିସର ମଧ୍ୟରୁ ନିର୍ବାଚନ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରିଜାଡିଂ ଅଫିସର, ପୁଲିଂ ଅଫିସର ଓ ସୁରକ୍ଷା କର୍ମୀଙ୍କ ସହିତ ମତଦାନ ପାଇଁ ଆବଶ୍ୟକ ଇଭିଏମ୍‍ ମେସିନ ସହ ଅନ୍ୟାନ୍ୟ ଉପକରଣ ଶୃଙ୍ଖଳିତ ଭାବରେ ମତଦାନ କେନ୍ଦ୍ରକୁ ପଠାଯାଇଛି। ମତଦାନ କେନ୍ଦ୍ରରେ ଭୋଟ ପରିଚାଳନା ଅଧିକାରୀମାନେ ଉପସ୍ଥିତ ରହି ନିଜର ପୂର୍ବ ପ୍ରସ୍ତୁତି କରିଥିବା ସୂଚନା ମିଳିଛି। ପ୍ରତି ବୁଥ୍‍କୁ ଜଣେ ପ୍ରିଜାଡିଂ ଅଫିସର ସହିତ ୪ଜଣ ପୁଲିଂ ଅଧିକାରୀ ଓ ଜଣେ ସୁରକ୍ଷାକର୍ମୀ ଯାଇଥିବା ଜଣାପଡିଛି। କାର୍ଯ୍ୟକୁ ତଦାରଖ କରିବା ପାଇଁ ୩ ଜଣ ସେକ୍ଟର ଅଫିସର କାର୍ଯ୍ୟ ତୁଲାଉଛନ୍ତି। ବାଙ୍କୀ ଉପଜିଲ୍ଲାପାଳ ତଥା ଏନଏସି ପ୍ରଶାସକ ରଞ୍ଜନ କୁମାର ଜେନା, ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ରହି ବୁଧବାର ଦିନ ବୁଥ୍‍କୁ ଅଧିକାରୀମାନଙ୍କୁ ପଠାଇବା କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ଭୋଟ ଶେଷ ପରେ ଇଭିଏମ୍‍ ମେସିନଗୁଡିକୁ ବ୍ୟବସ୍ଥିତ ଷ୍ଟ୍ରଙ୍ଗ ରୁମରେ ରଖାଯିବାର ବ୍ୟବସ୍ଥାକୁ ପୁନଃ ଅନୁଧ୍ୟାନ କରିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବଳୟ ପ୍ରତି ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଚଳିତ ନିର୍ବାଚନରେ ବାଙ୍କୀ ଏନଏସିରେ ୧୮ଟି ବୁଥରେ ୭ହଜାର ୨୫୬ଜଣ ପୁରୁଷ, ୬ହଜାର ୮୧୮ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗି ବ୍ୟକ୍ତିଙ୍କୁ ମିଶାଇ ସର୍ବମୋଟ ୧୪ହଜାର ୭୫ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories