www.samajalive.in
Wednesday, December 10, 2025
14.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ବାଙ୍କୀ: ସ୍ଥାନୀୟ ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମଙ୍ଗଳବାର ଅପରାହ୍ନରେ ଶିଶୁ ବାଟିକା ବିଭାଗ ପକ୍ଷରୁ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୨୨-୨୩ ଶିକ୍ଷା ବର୍ଷ ନିମନ୍ତେ ନୂତନ କରି ନାମ ଲେଖାଇଥିବା ଶିଶୁ ବାଟିକା ବିଭାଗର ପିତା ମାତାଙ୍କୁ ନେଇ ଏହି ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମର ପରିଚାଳନା କରାଯାଇଛି। ୩ରୁ ୪ବର୍ଷ ଶିଶୁଙ୍କ ପାଇଁ ବିଦ୍ୟାଳୟରେ ଘରର ପରିବେଶ, ସ୍ନେହ ଶ୍ରଦ୍ଧା ଓ ସହଯୋଗ ଯୋଗାଇ ଦେଇ ଗୀତ, ନାଚ, କାହାଣୀ, ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଛୋଟ ଛୋଟ ଶିଶୁଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ କରିବା ସହିତ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନ ହିଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ଆଲୋଚନା କରାଯାଇଛି। ପ୍ରଧାନ ଆଚାର୍ଯ୍ୟ ନରେଶ କୁମାର ମନ୍ତ୍ରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ସମୟରେ ସଭାପତି ରଞ୍ଜନ କୁମାର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ପ୍ରାନ୍ତ ବିଦ୍ୟୁତ ପରିଷଦର ସଞ୍ଜୋଜକ ଅଶ୍ୱିନୀ କୁମାର ଯୋଗଦେଇ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ତାପସ କୁମାର ଦାସ ଉପସ୍ଥିତ ଥିଲେ। ବୈଦେହୀ ଦୁରଦର୍ଶିନୀ ସାମନ୍ତ, ସ୍ୱର୍ଣ୍ଣଲତା ରାଉତ ଓ ପୁଷ୍ପଲତା ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories