ଭୁବନେଶ୍ବର : କ୍ରାଇମବ୍ରାଞ୍ଚ, ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ। ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏହି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଡିଜିପି ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ଏହି ମାମଲାର ତଦନ୍ତ ପାଇଁ ୨ଟି ତଦନ୍ତକାରୀ ଦଳ ଗଠନ ହୋଇଛି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏହି ଦଳ ଗଠନ ହୋଇଛି। ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ଦଳ ଗଠନ ହୋଇଛି । ୫ ଜଣିଆ ଦଳ ହତ୍ୟା ମାମଲାର ତଦନ୍ତ କରିବ। ଅନ୍ୟ ୪ ଜଣିଆ ଦଳ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସହାୟତା କରିବ। ଘଟଣାଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଥିବାରୁ, ଗୋଟିଏ ଦଳ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ। ଅନ୍ୟ ତଦନ୍ତକାରୀ ଦଳ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବା ନେଇ ମୁତୟନ ରହିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡା କହିଛନ୍ତି ।



