www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଚାର ମୈଦାନରେ ସବ୍ୟର୍ଚ୍ଚିତା

ବାଙ୍କୀ: ମାର୍ଚ୍ଚ ୨୪ ତାରିଖରେ ବାଙ୍କୀ ଏନଏସିରେ ନିର୍ବାଚନ। ଏଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ସକାଳ ୧୦ଘଟିକା ସମୟରେ ରାଣୀଶୁକଦେଈ ମହିଳା ମହାବିଦ୍ୟାଳୟ ସମ୍ମୁଖରୁ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରା ବିଜୁ ଜନତା ଦଳର କର୍ମୀମାନଙ୍କ ଦ୍ୱାରା କରାଯାଇଛି। ଶହସ୍ରାଧିକ କର୍ମୀ ଏହି ମୋଟରସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ୧୭ଟି ୱାର୍ଡର ଦଳୀୟ ପାରିଷଦ ପ୍ରାର୍ଥି ଏବଂ ବାଙ୍କୀ ଏନଏସିର ପୌରାଧ୍ୟକ୍ଷ ପ୍ରାର୍ଥିନୀ ମାଣିକ ସାହୁଙ୍କୁ ଜିତାଇବା ପାଇଁ କସରତ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରାରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସିନେ ତାରକା ସବ୍ୟସାଚୀ ଏବଂ ଅର୍ଚ୍ଚିତା ସାମିଲ ହୋଇ ବିଜୁ ଜନତା ଦଳର ପ୍ରାର୍ଥିମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରିବା ସହିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମଜଭୁତ୍‍ କରିବା ପାଇଁ ଶୋଭାଯାତ୍ରାରେ ଭୋଟ ଭିକ୍ଷା କରିଛନ୍ତି।

ଏହି ଶୋଭାଯାତ୍ରାରେ ସମସ୍ତ ୧୭ଗୋଟି ୱାର୍ଡର ପାରିଷଦ ପ୍ରାର୍ଥି ସସ୍ମିତା ପ୍ରଧାନ, ପ୍ରତିମା ରାଉତ, ଅଶାନ୍ତି ରାତ, ସନାତନ ବେହେରା, ସୁଜାତା ପଣ୍ଡା, ମମତା ବେହେରା, ଜେମାମଣି ବେହେରା, ପଠାଣି ବେହେରା, ସଞ୍ଜୟ ପୃଷ୍ଟି, ରାଜେନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ଜାମିନୀକାନ୍ତ ମହାପାତ୍ର, ପଙ୍କଜିନୀ ମଙ୍ଗୁଆଳ, ଚନ୍ଦନ ଗଣ୍ଠିଆ, ବିଳାଶ ବେହେରା, ବିକଳ ଗୋଚ୍ଛୀ, ବାଶନ୍ତି ମନ୍ତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଯାଉଥିବା ଖୋଲା ଗାଡିରେ ଚଢି ନିଜ ୱାର୍ଡରେ ଭୋଟ ଭିକ୍ଷା କରିଥିଲେ। ବିଜେଡିର ଏଭଳି ଉତ୍କଣ୍ଠାପୂର୍ଣ୍ଣ ମୋଟରସାଇକେଲ ଶୋଭାଯାତ୍ରା ଏବଂ ମୁଖ୍ୟ ଆକର୍ଷଣ ସହ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଉପସ୍ଥିତି ନିଶ୍ଚିତ ଭୋଟରମାନଙ୍କୁ ପ୍ରଭାବିତ କରି ଏନଏସି ଦଖଲରେ ବିଜେଡି ବାଜିମାତ୍‍ କରିବ ବୋଲି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆହ୍ୱାନ ଦେଇଛନ୍ତି। ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲଙ୍କ ସମେତ ବିଜେଡିର ବହୁ ପୁରୁଖା କର୍ମୀ, ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ପ୍ରମୁଖ ଶୋଭାଯାତ୍ରାରେ ସହଯୋଗ କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories