www.samajalive.in
Saturday, December 13, 2025
26.1 C
Bhubaneswar

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା; ଥିଲେ ୧୩୩ ଯାତ୍ରୀ

ବେଜିଂ: ଚୀନରେ ସୋମବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ବୋଇଂ ୭୩୭ ଯାତ୍ରୀବାହୀ ବିମାନ ଗୁଆଙ୍ଗ୍‌ସି ଅଞ୍ଚଳରେ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କୁନମିଙ୍ଗରୁ ଗୁଆଙ୍ଗ୍‌ଝୁ ଯାଉଥିବା ଏହି ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ। ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ। ପାହାଡ଼ରେ ପିଟି ହୋଇ ବିମାନରେ ନିଆଁ ଲାଗିବା ସହ ପାର୍ବତ୍ୟ ଅଞ୍ଚଳରେ ମଧ୍ୟ ନିଆଁ ଲାଗି ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସୁରକ୍ଷା ଏଜେନ୍ସିମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories