www.samajalive.in
Wednesday, December 10, 2025
16.1 C
Bhubaneswar

ରାଜଯୋଗ ଶିବିର ଓ ବିରଜା ସମ୍ମାନ ଉତ୍ସବ

ଭୁବନେଶ୍ୱର: ସରକାରଙ୍କ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ପୋଖରୀପୁଟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଦ୍ୟାଳୟ ରାଜଯୋଗ କେନ୍ଦ୍ର ପ୍ରଶିକ୍ଷଣ ଶିବିରରେ ରାଜଯୋଗ ଶିବିର ସହିତ ଯାଜପୁରରୁ ପ୍ରକାଶ ପାଉଥିବା ସର୍ବ ପୁରାତନ ସାହିତ୍ୟ ଓ ସମ୍ବାଦଧର୍ମୀ ପାକ୍ଷିକ ପତ୍ରିକା ‘ବିରଜାଭୂମି’ର ବିରଜା ସମ୍ମାନ ଉତ୍ସବ ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିରଜାଭୂମିର ସମ୍ପାଦକ ନିର୍ମଳ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ସମ୍ବାଦପତ୍ର ପ୍ରକାଶନର ଆଭିମୁଖ୍ୟ ତଥା ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦପତ୍ରର ନିରପେକ୍ଷତା ଓ ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।

- Advertisement -

ଉତ୍ସବରେ ଲେଖକ ତଥା ଯୋଗାଚାର୍ଯ୍ୟ ଗୋରେଖନାଥ ସାହୁ ମୁଖ୍ୟ ଅତିଥି, ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଦେବପ୍ରସାଦ ସାହୁ, ମୁଖ୍ୟବକ୍ତା ଓ ସମାଜସେବୀ ତଥା ବିଶିଷ୍ଟ ଗାଳ୍ପିକା ପ୍ରଧ୍ୟାପିକା ମୀନା ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗ ତଥା ସନ୍ତୁଳିତ ଜୀବନଚର୍ଯ୍ୟା ପାଇଁ ଆଧ୍ୟାତ୍ମିକ ଚିନ୍ତନ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସାହିତ୍ୟ ଓ ସମ୍ବାଦର ଆବଶ୍ୟକତା ସମ୍ପର୍କରେ ବହୁମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ।

ବିରଜାଭୁମି ସମ୍ବାଦପତ୍ର ତରଫରୁ ଗୋରେଖନାଥ ସାହୁ, ମୀନା ମହାରଣା ଓ ଦେଵ ପ୍ରସାଦ ସାହୁଙ୍କୁ ସେମାନଙ୍କ ବହୁମୁଖୀ ପ୍ରତିଭା ପାଇଁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ବିରଜା ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ଯୋଗଗୁରୁ ଯୋଗ ଦେଇଥିଲେ। ବ୍ରହ୍ମାକୁମାରୀ ଭଉଣୀ ଦୀପ୍ତି ସଂଯୋଜନା କରିଥିବା ବେଳେ ଭଉଣୀ ବି.କେ. ଅର୍ପିତା ଓ ବି.କେ. ପ୍ରେରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଆବାହକ ନାରାୟଣ କର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories