www.samajalive.in
Friday, December 12, 2025
16.1 C
Bhubaneswar

ଜାତୀୟ ଟିକାକରଣ ଦିବସ ପାଳିତ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଦଭାବନ ଗୃହଠାରେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଇଛି । ଏଥିରେ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ (ଏଡିଏମଓ)ଅତିତିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରବଣ କୁମାର ସାହୁକାର,ଆଇ.ସି. ଏମ୍. ଆର ପ୍ରକଳ୍ପର ମୁଖ୍ୟ ଗବେଷକ ଡାକ୍ତର ଶ୍ରୀକାନ୍ତ କାନୁନଗୋ, ପ୍ରକଳ୍ପର ମୁଖ୍ୟ ଅଧିକାରୀ ଡାକ୍ତର ଅଂଜନ ବିଷୋୟୀ, ସ୍ଥାନୀୟ ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା ମଞ୍ଚାସିନ ରହିଥିଲେ ।
ବ୍ଲକରେ ମୋଟ ୭୫୮୩ ଶିଶୁ ରହିଥିବା ବେଳେ ୭୫୯୯ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ କରାଯାଇଛି । ଏହା ୧୦୦ ପ୍ରତିଶତ ଟିକା ପ୍ରଦାନ କରାଯାଇଛି । କରୋନା ଟିକା ଓ ପ୍ରତ୍ୟେକ ବୁଧବାର ଦିନ ଶିଶୁ ଓ ମାଆଙ୍କୁ ଟିକାକରଣ କରାଯାଉଛି । ତାହା ମଧ୍ୟ ମାସ ଶେଷସୁଧା ୧୦୦ ପ୍ରତିଶତ କରିବାପାଇଁ କୁହାଯାଇଛି ।ଏଥିରେ ଭଲ କାର୍ୟ୍ୟକରୁଥିବା ଦୁଇଟି ଆଶା ରମାକୁମାରି ପଟ୍ଟନାୟକ, ଚନ୍ଦ୍ର କାନ୍ତି କୌଶଲ୍ୟା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ରୀ ସାରକାଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର, କର୍ମୀମାନେ ଉପସ୍ଥିତ ଥିଲେ ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories