www.samajalive.in
Thursday, December 11, 2025
16.1 C
Bhubaneswar

ଟିକା ନେଲେ ୧୨ରୁ ୧୪ ବର୍ଷର ପିଲା

ଭୁବନେଶ୍ବର: ଆଜି ଜାତୀୟ ଟିକାକରଣ ଦିବସ । ଏହି ଅବସରରେ ଆଜିଠୁ ୧୨ରୁ ୧୪ ବର୍ଷର ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇଛି ।  ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟରେ ଟିକାକରଣ ଶୁଭାରମ୍ଭ କରାଯାଇଛି । କୁନିକୁନି ପିଲା ସ୍କୁଲକୁ ଆସି ଟିକା ନେଇଛନ୍ତି । ଟିକା ନେବା ପାଇଁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଜାରି ରହିଥିବାବେଳେ ଆଜିଠୁ ଟିକା ନେଉଛନ୍ତି ୧୨ରୁ ୧୪ ବର୍ଷର ପିଲା ।

- Advertisement -

ସୂଚନା ମୁତାବକ ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ। ଟିକା ଲାଗି ଜନ୍ମ ପ୍ରମାଣପତ୍ର ଦରକାର। କୋ-ୱିନ ପୋର୍ଟାଲରେ ସମ୍ପୃକ୍ତ କେନ୍ଦ୍ରରେ ହିଁ ସଂଚାର ଓ ଅଫଲାଇନ ପଞ୍ଜୀକରଣ କରି ଟିକା ନେବେ। ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ। ବିଦ୍ୟାଳୟ ସମୟ ଅନୁସାରେ ଟିକାକରଣ କରିବାକୁ ସିଡିଏମ୍‌ଓମାନଙ୍କୁ ନିର୍ଦେଶ ଦିଆଯାଇଛି। ସିଡିଏମଓମାନେ ସେମାନଙ୍କର ଜିଲା ଶିକ୍ଷାଧୀକାରୀ ଓ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ଉତ୍ସର୍ଗୀକୃତ କେନ୍ଦ୍ର ଖୋଲାଯିବ। ୨୮ଦିନ ବ୍ୟବଧାନରେ ଦୁଇଟି ପାନ ଦିଆଯିବ। ପୂର୍ବରୁ ଯେଉଁ ନିୟମାବଳୀ ସେହି ଆଧାରରେ ଟିକାକରଣ କରାଯିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories