www.samajalive.in
Saturday, December 13, 2025
26.1 C
Bhubaneswar

ଚାଷ ଜମିକୁ ମାଡୁନି କେନାଲ ପାଣି

ରେଙ୍ଗାଲିକେମ୍ପ୍: ଅତାବିରା ବ୍ଲକ ବୁଗୁବୁଗା ମୌଜା ଅନ୍ତର୍ଗତ ପତ୍ରାପାଲି ଗ୍ରାମର ପ୍ରାୟ ୧୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିକୁ କେନାଲ ପାଣି ମାଡ଼ି ପାରୁନଥିବା ଯୋଗୁଁ ଚଳିତ ଖରିଫ ଫସଲ ହୋଇପାରି ନାହିଁ। ତେଣୁ ଉକ୍ତ ଜମିର ମାଲିକମାନେ ଆଜି ଅତାବିରା ତହସିଲଦାର ଙ୍କ ଦ୍ବାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।
ଚାଷୀଙ୍କ କହିବା ଅନୁଯାୟୀ ସେମାନେ ହୀରାକୁଦ ବନ୍ଧ ସୃଷ୍ଟି ହେବା ଦିନ ଠାରୁ ସେମାନେ ଯେଉଁ ରାସ୍ତା/ନାଳ ଦେଇ ଜଳସେଚନ କରି ଆସୁଥିଲେ ଏବେ ସେହି ନାଳ ପାଖରେ ଜନୈକ ମହିଳାଙ୍କ ଘର ରହିଛି, ଯାହା ଫଳରେ ସେ ଉକ୍ତ ନାଳକୁ ଦଖଲ କରି ଅନ୍ୟ ଏକ ବ୍ୟକ୍ତିଙ୍କ ଜମିରେ ନାଳ ତିଆରି କରିଦେଇଛନ୍ତି। ଫଳରେ ଉକ୍ତ ଜମି ମାଲିକ ନାଳରେ ଆଉ ପାଣି ଛାଡୁ ନାହାନ୍ତି। ତେଣୁ ଚାଷ ଜମି ଚଳିତ ରବି ଋତୁରେ ଚାଷ ହୋଇ ନପାରି ଏବେ ପଡିଆ ପଡ଼ିଛି। ଯାହା ଦ୍ୱାରା ଉକ୍ତ ଜମି ମାଲିକ ମାନଙ୍କ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ଏ ନେଇ ସେମାନେ ରାଜସ୍ବ ବିଭାଗକୁ ବାରମ୍ବାର ଜଣାଇ ଆସୁୁଥିଲେ ସୁଦ୍ଧା ଏହାର କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଆଜି ସେମାନେ ତହସିଲଦାର ଙ୍କଦ୍ବାରସ୍ଥ ହୋଇଛନ୍ତି । ସେ ଏହାର ବିହିତ ପଦକ୍ଷେପ ନେବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories