www.samajalive.in
Thursday, December 11, 2025
15.1 C
Bhubaneswar

ସ୍ୱଛ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା ସଭା

କଣ୍ଟାବାଞ୍ଜି: ସ୍ୱଛ୍ଛତା ଏବଂ ପ୍ଳାଷ୍ଟିକ ବର୍ଜନ ସଂପର୍କରେ ସଚେତନତା କରିବା ପାଇଁ ଗ୍ରାମୀଣଲୋକ ମାନଙ୍କୁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କ୍ଷେତ୍ର ଜନସଂପର୍କ ବ୍ୟୁରୋ ଭବାନୀପାଟଣା ଆନୁକୂଲ୍ୟରେ ତୁରେକେଲା ବ୍ଳକର ଚଟୁଅନକା ଗ୍ରାମପଞ୍ଚାୟତରେ ଏକ ଆଲୋଚନା ଚକ୍ର ଏବଂ ଜନସଚେତନତା ସଭା ଅନୁଷ୍ଠିତ ହୋଇଥିଲା।କାର୍ୟ୍ୟକ୍ରମ ପ୍ରାରମ୍ଭରେ ଗ୍ରାମବାସୀମାନେ ଦ୍ୱାରା ସ୍ୱଛ୍ଛତା ସଂପର୍କିତ ଏକ ଶୋଭାଯାତ୍ରା ଚଟୁଅନକା ଗ୍ରାମ ପରିଭ୍ରମଣ କରିଥିଲେ। କ୍ଷେତ୍ର ଜନ ସଂପର୍କ ବ୍ୟୁରୋର ଅଧିକାରୀ ବିଷ୍ଣୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମକୁ କଣ୍ଟାବାଞ୍ଜିର ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଗ୍ରାମବାସୀ ମାନଙ୍କୁ ପ୍ଳାଷ୍ଟିକ ବର୍ଜନ କରିବା ସହିତ ଏହାର ବିଷାକ୍ତ ରସାୟନିକ ପଦାର୍ଥ ବିଷୟରେ ଆଲୋକପାତ କରିଥିଲେ। ଅତିଥି ବକ୍ତା ଭାବରେ ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଳ ପରିମଳ ପରାମର୍ଶ ଦାତା ଦୁଷ୍ମନ୍ତ ଚରଣ ସାହୁ, ୟୁନିସେଫର ପରାମର୍ଶ ଦାତା ଶ୍ରୀ ବିଜୟ କୁମାର ସାହୁ, ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ଚଟୁଅନକା ସରପଞ୍ଚ ଜ୍ଞାନ ରଞ୍ଜନ ତାଣ୍ଡି ପ୍ରମୁଖ ଯୋଗ ଦେଇ ପ୍ଳାଷ୍ଟିକ ଆବର୍ଜନା ଦ୍ୱାରା ଜୀବଜଗତ ଭୋଗୁଥିବା ବିଭିନ୍ନ ପ୍ରକାରର ସମସ୍ୟା, ଗ୍ଳୋଵାଲ ୱର୍ଣ୍ଣିଂ, ବର୍ଜ୍ୟବସ୍ତୁର ପରିଚାଳନା ତଥା ଏହି ଦିଗରେ ଜନସାଧାରଣ ପରିବେଶକୁ ପରିଛ୍ଛନ୍ନତା ରଖିବା ଦିଗରେ ସହଯୋଗ କରିବାକୁ ଆହ୍ବାନ କରିଥିଲେ। ଗ୍ରାମବାସୀ ମାନଙ୍କ ମଧ୍ୟରେ ସ୍ୱଛ୍ଛତା ସଂପର୍କିତ ଶପଥ ପାଠ କରାଯାଇଥିଲା।କାର୍ୟ୍ୟକ୍ରମରେ ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯିବା ସହିତ ସ୍ୱଛ୍ଛତା ସଂପର୍କିତ କୁଇଜ,ବକ୍ତୃତା, ଚିତ୍ରାଙ୍କନ ଓ ରଂଗୋଲି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଏବଂ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ଜନ ସଂପର୍କ କାର୍ୟ୍ୟାଳୟ ଭୁବନେଶ୍ୱର ତରଫରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ସୂଚନାଧର୍ମୀ ନାଚଗୀତ ପରିବେଷଣ କରାଯାଇଥିଲା।
ଏହି କାର୍ୟ୍ୟକ୍ରମ ର ମାୟାବିନୀ ଶଗ୍ରୀଆ, ପୁଷ୍ପା ସୁନା, ଯଶୋବନ୍ତ ଗହିର,ମମତା ପଣ୍ଡା, କିଶୋର ବରିହା, ଥମିର ଛତ୍ରିଆ, ଜବାହରଲାଲ ନେହେରୁ ଆଦିବାସୀ କ୍ଳବର ସଭାପତି ସହଦେଵ ମାଝୀ, ସଂପାଦକ ଜନକ ମାଝି, ମୁଖରାମ ମାଝୀ, ବିଶିକେଷନ ମାଝୀ, ଗୋବିନ୍ଦ ମାଝୀ, ପ୍ରେମ ମାଝୀ, ତପନ ମାଝୀ, ଦଶରଥ ମାଝୀ, ନନ୍ଦ ମାଝୀ, ମୋତିରାମ ମାଝୀ, ପଦ୍ମନ ମାଝୀ, ଦେବଚନ ମାଝୀ, ସୁବାଷ ମାଝୀ, ଗୋପାଳ ମାଝୀ, ରାକେଶ ମାଝୀ, ହେମନ୍ତ ମାଝୀ, ଅଙ୍ଗନବାଡି କର୍ମୀ ସଂଗୀତା ବଏ,ବାସନ୍ତୀ ସୁନାନୀ ଆଦି ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories