www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତର ଅସ୍ତ୍ରଶସ୍ତ୍ର ନିରାପଦ, ସୁରକ୍ଷିତ ଓ ନିର୍ଭରଶୀଳ – ପ୍ରତିରକ୍ଷା ମନ୍ତ୍ରୀ

ଭାରତର ଅସ୍ତ୍ରଶସ୍ତ୍ର ନିରାପଦ, ସୁରକ୍ଷିତ ଓ ନିର୍ଭରଶୀଳ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ସେ କହିଛନ୍ତି ଯେ ଦେଶର ଅସ୍ତ୍ରଶସ୍ତ୍ରଗୁଡ଼ିକର ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ସଂସଦର ଉଭୟ ଗୃହରେ ଶ୍ରୀ ସିଂ କହିଛନ୍ତି, ଗତ ସପ୍ତାହରେ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିଥିଲା। କିନ୍ତୁ ଦେଶର ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁରକ୍ଷିତ ଓ ନିରାପଦ ବୋଲି ସେ କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯାଉଛି ବୋଲି ରାଜନାଥ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସଶସ୍ତ୍ର ବାହିନୀ ଯବାନମାନେ ଉନ୍ନତ ତାଲିମ ନେଇଛନ୍ତି ଓ ସର୍ବଦା ଶୃଙ୍ଖଳିତ ରହିଛନ୍ତି। ସେମାନଙ୍କର ଏହିସବୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ଉପରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଶ୍ରୀ ସିଂ କହିଛନ୍ତି, ଏଭଳି ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟବହାର, ରକ୍ଷଣାବେକ୍ଷଣ ଓ ତଦାରଖ ବ୍ୟବସ୍ଥାର ନିୟମିତ ସମୀକ୍ଷା କରାଯାଉଛି। କୌଣସି ତ୍ରୁଟି ପରିଲକ୍ଷିତ ହେବା ମାତ୍ରେ ତାହା ସୁଧାରି ନିଆଯାଉଛି।

- Advertisement -

ତେବେ ପାକିସ୍ତାନରେ ଏକ କ୍ଷେପଣାସ୍ତ୍ର ପଡ଼ିବା ଘଟଣା ନେଇ ଶ୍ରୀ ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେହି କ୍ଷେପଣାସ୍ତ୍ର ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନାହିଁ। ଏ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories