www.samajalive.in
Wednesday, December 10, 2025
14.1 C
Bhubaneswar

ଖଣି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ, ଶୁଣାଣିରେ ଅନ୍ତ ଘଟିଲା

କଟକ: ରାଜ୍ୟ ସରକାର ଆଶ୍ବସ୍ତ ହୋଇଛନ୍ତି। ରାଜ୍ୟରେ ଖଣି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ପ୍ରସଂଗ ନେଇ ବିଚାରାଧୀନ ସମସ୍ତ ୯ଟି ମାମଲାର ଶୁଣାଣିରେ ଆଜି ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସୁପ୍ରିମକୋର୍ଟ ୨୦୧୭ରେ କମନ୍ କଜ୍ ବନାମ କେନ୍ଦ୍ର ସରକାର ମାମଲାରେ ପ୍ରଦାନ କରିଥିବା ରାୟ ଆଧାରରେ ହାଇକୋର୍ଟ ସମସ୍ତ ମାମଲାର ଶୁଣାଣିରେ ଅନ୍ତ ଘଟାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟରେ କୋଟି କୋଟି ଟଙ୍କାର ଖଣିଜ ସଂପଦ ଲୁଟ ଅଭିଯୋଗ ନେଇ ୨୦୦୯ରୁ ୨୦୧୧ ମଧ୍ୟରେ ଏକାଧିକ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ରାଜ୍ୟର ବିଭିନ୍ନ ଖଣିରୁ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଉତ୍ତୋଳନ କରାଯାଇ ବାହାର ରାଜ୍ୟ ଓ ଦେଶକୁ ସଡକ ପଥରେ ଓ ଜଳପଥରେ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ସରକାରୀ ଅଧିକାରୀ ଓ ବଡ କମ୍ପାନି ସହିତ ପୋର୍ଟ କର୍ତ୍ତୃପକ୍ଷଙ୍କ ଜାଣତରେ ଓ ଷଡଯନ୍ତ୍ରରେ ଏପରି କରାଯାଉଥିବା ଅଭିଯୋଗ ହୋଇଥିଲା। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଦାୟର ୯ଟି ମାମଲାର ହାଇକୋର୍ଟ ପ୍ରାରମ୍ଭିକ ଶୁଣାଣି କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ। ଏହି ସବୁ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories