www.samajalive.in
Sunday, December 7, 2025
14.1 C
Bhubaneswar

୯୦ ପାର କଲା ପେଟ୍ରୋଲ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ଦର ଆକାଶଛୁଅାଁ ଭାବେ ବଢି ଚାଲିଛି। ଅଗଷ୍ଟ ୧ରୁ ପେଟ୍ରୋଲ ଓ ଡିଜେଲ ଦରରେ ଊର୍ଦ୍ଧ୍ବମୁଖୀ ରହିଛି। କେବଳ ଅଗଷ୍ଟ ୧୩ରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଥିଲା। ଏହାପରଠାରୁ ତୈଳ ଦର ବଢି ଚାଲିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ପ୍ରଥମ ଥର ପେଟ୍ରୋଲ ଦର ୯୦ ଟଙ୍କା ପାର କରିଛି। ସୂଚନା ଅନୁସାରେ ସୋମବାର ପେଟ୍ରୋଲ ଦର ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ୯୦ ଟଙ୍କା ୮ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଦର ଲିଟର ପିଛା ୫ ପଇସା ବୃଦ୍ଧି ପାଇ ୭୮ ଟଙ୍କା ରହିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୨ ଟଙ୍କା ୭୨ ପଇସା ଏବଂ ୭୪ ଟଙ୍କା ୨ ପଇସା ରହିଛି। କଲକାତାରେ ପେଟ୍ରୋଲ ଦର ପ୍ରତି ଲିଟର ୮୪ ଟଙ୍କା ୫୪ ପଇସା ଏବଂ ଡିଜେଲ ଦର ୭୮ ଟଙ୍କା ୨୬ ପଇସା ରହିଛି। ଏହା ପୂର୍ବରୁ ରବିବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦରରେ ଯଥାକ୍ରମେ ୧୭ ପଇସା ଓ ୧୦ ପଇସା ବୃଦ୍ଧି ଘଟିଥିଲା। ଏହି କ୍ରମରେ ସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି। ଫଳରେ ଏହାର ପ୍ରଭାବ ଭାରତୀୟ ତୈଳ ବଜାରରେ ପରିଲକ୍ଷିତ ହୋଇଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories