www.samajalive.in
Monday, December 8, 2025
24.1 C
Bhubaneswar

ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ, ୧୧,୦୦୦ ପଏଣ୍ଟ ତଳେ ନିଫ୍ଟି

ନୂଆଦିଲ୍ଲୀ : ସୋମବାର ମଧ୍ୟ ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ)ରେ ହ୍ରାସ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ (ବିଏସ୍‍ଇ) ସେନସେକ୍ସ ୫୩୬.୫୮ ପଏଣ୍ଟ ହ୍ରାସ ପାଇ ୩୬,୩୦୫.୦୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟକ୍‍ ଏକ୍ସଚେଞ୍ଜ (ନିଫ୍ଟି) ୧୭୫.୭୦ ପଏଣ୍ଟ ହ୍ରାସ ପାଇ ୧୦,୯୬୭.୪୦ ପଏଣ୍ଟରେ ରହିଛି। ଏହା ପୂର୍ବରୁ ଶୁକ୍ରବାର ସେନସେକ୍ସ ୧୫୦୦ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଶୁକ୍ରବାରଠାରୁ ସେୟାର ବଜାରରେ ଆଉ ସୁଧାର ପରିଲକ୍ଷିତ ହୋଇନାହିଁ। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨୯ ପଇସା ଦୁର୍ବଳ ହୋଇଛି। ଏହାସହ ଏକ ଡଲାର ମୂଲ୍ୟ ୭୨.୪୯ ଟଙ୍କାରେ ପହଞ୍ଚିଛି। ଟଙ୍କା ଦୁର୍ବଳ ହେବା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ ଓ ଅନ୍ତର୍ଜାତୀୟ ବଜାରରେ ମାନ୍ଦା କାରବାରର କୁପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସୋମବାର ସେୟାର ବଜାର କାରବାରରେ ଟିସିଏସ୍‍, କୋଲ ଇଣ୍ଡିଆ ଭଳି କମ୍ପାନୀ ଭଲ ଲାଭ କରିଥିବାବେଳେ ଏଚ୍‍ଡିଏଫସି, ଏମ୍‍ଆଣ୍ଡଏମ୍‍, ଇଚର ମୋଟର୍ସ ଏବଂ ଇଣ୍ଡିଆବୁଲ୍ସ ହାଉସିଂ ଭଳି କମ୍ପାନୀଗୁଡ଼ିକର ବହୁ କ୍ଷତି ଘଟିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories