www.samajalive.in
Saturday, December 13, 2025
18.1 C
Bhubaneswar

୫ ମାସ ହେଲା ଦାଦନ ପାଇଁ ଯାଇ ଯୁବକ ନିଖୋଜ

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଳକ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜାମଚୁଆ ଗ୍ରାମର ଘାସିରାମ ନାଏକଙ୍କ ପୁତ୍ର ମଣ୍ଟୁ ନାଏକ(୨୧) ଆଜିକୁ ପ୍ରାୟ ୫ ମାସ ହେଲା ନିଖୋଜ ଥିବା ନେଇ ବିଶ୍ୱନାଥପୁର ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଟୁର କୌଣସି ଖୋଜ ଖବର ମିଳୁନଥିବାରୁ ମା’ ବାପା ଆକୁଳ ହୋଇ ନିଜ ପୁତ୍ରକୁ ଖୋଜି ଆଣିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି।
ସୂଚନା ମୁତାବକ ଆଜିକୁ ପ୍ରାୟ ୫ ମାସ ତଳେ ଲାଞ୍ଜି ପଞ୍ଚାୟତ ଜାମଚୁଆ ଗାଁ ଘାସିରାମ ନାଏକଙ୍କ ପୁଅ ମଣ୍ଟୁ ନାଏକ ନିଜ ଗାଁ ସାଙ୍ଗ ଲୋକନାଥ ମାଝୀ, ମାଧବ ମାଝୀ, ଅର୍ଜୁନ ମାଝୀ, ଶଙ୍କର ମାଝୀ,ନବୀନ ମାଝୀ, ଦେଵ ମାଝୀ,ରଞ୍ଜିତ ମାଝୀଙ୍କ ସହିତ ଗତ ୨୦୨୧ ମସିହା ଅଗଷ୍ଟ ୧୧ ତାରିଖ ଦିନ ଗାଁର ଏହି ସାତ ଜଣ ସାଙ୍ଗଙ୍କ ସହିତ କେରଳ ରାଜ୍ୟକୁ କାମ କରିବା ପାଇଁ ରାୟଗଡା ଜିଲା ମୁନିଗୁଡା ଟ୍ରେନ ଷ୍ଟେସନକୁ ଯାଇଥିଲେ। ମଣ୍ଟୁର ନିଜର ଟ୍ରେନ ଟିକଟ ନଥିବା ବେଳେ ମାଧବର ଟ୍ରେନ ଟିକଟରେ କେରଳ ଯିବ ବୋଲି କହି ମଣ୍ଟୁକୁ ସାଙ୍ଗରେ ନେଇଥିବା ବାପା ଘାସିରାମ କହିଛନ୍ତି। ମୁନିଗୁଡା ଷ୍ଟେସନରୁ ଗୋଟିଏ ସାଙ୍ଗେ କେରଳ ଯିବା ପାଇଁ ଟ୍ରେନ ଚଢ଼ିଥିଲେ। କିନ୍ତୁ ମଣ୍ଟୁ କେରଳ ଯିବା ବାଟରେ ଅଧା ରାସ୍ତାରେ କୌଣସି ଷ୍ଟେସନରେ ଓହ୍ଲାଇ ପଡିଥିଲା। ଆମେ କେତେ ଖୋଜିଲେ ମଧ୍ୟ ପାଇଲୁନାହିଁ ବୋଲି ସାଙ୍ଗମାନେ ମଣ୍ଟୁର ବାପାକୁ କହିଥିବା ବାପା ଘାସି ପ୍ରକାଶ କରିଛନ୍ତି।

ସାଙ୍ଗମାନଙ୍କ ଠାରୁ ଏହି ଖବର ପାଇବା ପରେ ମଣ୍ଟୁର ବାପା ଗତ ୨୨ ଅକ୍ଟୋବର ୨୦୨୧ ତାରିଖରେ ବିଶ୍ୱନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ହେ ଲେ ଆଜିକୁ ପ୍ରାୟ ୫ ମାସ ବିତି ଯାଇଥିଲେ ମଧ୍ୟ ପୁଅର କୌଣସି ଖୁଜ ଖବର ଆଜି ପର୍ଯ୍ୟନ୍ତ ପାଇ ପାରିଲେ ନାହିଁ। ସାଙ୍ଗରେ ଯାଇ ମଣ୍ଟୁ ଅଧା ରାସ୍ତାରେ ଟ୍ରେନରୁ ଓଲାଇ କେଉଁଆଡ଼େ ଚାଲି ଯାଇଥିବା ବେଳେ ଏମାନେ ମଧ୍ୟ ତାର କୌଣସି ଖୋଜ ଖବର ପାଇପାରୁ ନାହାନ୍ତି।ଏପଟେ ନିଜ ରୋଜଗାର ପୁଅ କାମ କରିବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ବାପା ମା’ ଭୋକ ଉପାସରେ ଆକୁଳ ହୋଇ ପୁଅକୁ ଖୋଜି ଆଣିବା ପାଇଁ ସରକାରଙ୍କୁ ଗୁହାରୀ ଜଣାଇ ଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories