www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକା ଦୂତାବାସ ଉପରେ ଆକ୍ରମଣ

ନୂଆଦିଲ୍ଳୀ: ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଇରାକର ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଖାଲି ସେତିକି ନୁ​‌ହେଁ ଦୂତାବସ ଉପରେ ଆକ୍ରମଣ ହେଉଥିବା ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ତେବେ​‌ ଏହି ଆକ୍ରମଣ  ଇରାବିଲ୍‌ ସ୍ଥିତ ଆମେରିକା ଦୂତାବାସ ଉପରେ ହୋଇଥିବା ଜଣାପଡ଼ିଛି । ଆମେରିକା ଦୂତାବାସ ଉପରେ ୧୨ଟି ଦୂରଗାମୀ ବାଲାଷ୍ଟିକ୍‌ ମିଜାଇଲ୍‌ ଆକ୍ରମଣ ହୋଇଥିବା କୁହାଯାଉଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣରେ ଦୂତାବାସର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ହେଲେ ଏହି ମିଜାଇଲ ଇରାନରୁ ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ଇରାକ୍‌ ଓ କୁର୍ଦ୍ଦିସ୍‌ର ସରକାର । ଅନ୍ୟପଟେ ଏପରି ହଠାତ୍‌ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିବା ଘଟଣା ନେଇ ଆମେରିକା କଡ଼ା ନିନ୍ଦା କରିଛି । ସେପଟେ ରୁଷ ଓ ୟୁକ୍ରେନ୍‌ ମଧ୍ୟ​‌ରେ ୧୮ ଦିନ ହେଲା ଯୁଦ୍ଧ ଲାଗି ରହିଛି । ଯୁଦ୍ଧକୁ ନେଇ ଆମେରିକା ତାର ବିବୃତି ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories