ଭୁବନେଶ୍ବର: ରାଜ୍ୟରେ ଶହେ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ । ବହୁଦିନ ପରେ ରାଜ୍ୟରେ ୩ ଅଙ୍କ ତଳକୁ କରୋନା ଦୈନିକ ମାମଲା ଖସିଥିବା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୩୬ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୩ ଜଣ ଆକ୍ରାନ୍ତ । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ସମ୍ବଲପୁରରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୧ ଜିଲ୍ଲାରେ ରହିଛି ଶୂନ ପଜିଟିଭ୍ ମାମଲା । ଅର୍ଥାତ୍ କୌଣସି କରୋନା ମାମଲା ଚିହ୍ନଟ ହୋଇନାହିଁ ।
ସେହିପରି ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୬୩ ସଂକ୍ରମିତ । ରାଜ୍ୟରେ ଏଯାଏ କରୋନାରେ ମୋଟ୍ ସଂକ୍ରମତି ହୋଇଛନ୍ତି ୧୨,୮୬,୬୨୬ ଜଣ । ସେଥିମଧ୍ୟରୁ ୧୨,୭୬,୫୬୫ ଜଣ ସୁସ୍ଥ ହୋଇସାରିଥିବା ବେଳେ, ରାଜ୍ୟରେ ମୋଟ୍ ସକ୍ରିୟ ମାମଲା ରହିଛି ୮୯୭ ।



