www.samajalive.in
Saturday, December 6, 2025
19.1 C
Bhubaneswar

ଆଜିଠାରୁ ଜୀ ସାର୍ଥକର ‘ଜ୍ୱାଇଁ ନଂ ୱାନ୍‍’

ଭୁବନେଶ୍ୱର : ଦର୍ଶକଙ୍କ ରୁଚି ଓ ପସନ୍ଦକୁ ଆଖିରେ ରଖି ଜୀ ସାର୍ଥକ୍‍ ଚାନେଲ ୨୪ ତାରିଖ (ସୋମବାର)ଠାରୁ ଆରମ୍ଭ କରିବାକୁ ଯାଉଛି ଭିନ୍ନସ୍ୱାଦର ମେଗା ଧାରାବାହିକ ‘ଜ୍ୱାଇଁ ନଂ ୱାନ୍‍।’ ଏହାର ପ୍ରସାରଣ ସୋମବାରରୁ ଶନିବାର ରାତି ୯.୩୦।
ଏହି ଧାରାବାହିକର କାହାଣୀରେ ଅଛି ଅନେକ ନୂତନତା, କୌତୁହଳ ଯାହା ଦର୍ଶକଙ୍କୁ ପ୍ରଭାବିତ କରିବ। କାହାଣୀର ନାୟକ ଜଣେ ଧନୀ ବ୍ୟବସାୟୀ, ଯାହାଙ୍କ ବ୍ୟକ୍ତିତ୍ୱ ତାଙ୍କ ଚରିତ୍ରକୁ ଦର୍ଶାଏ। ତାଙ୍କ ଚଳଣି ଜଣେ ସାଧାରଣ ମଣିଷ ପରି। ପରିସ୍ଥିତିକ୍ରମେ ତାଙ୍କୁ ମିଳେ ଜଣେ ଅହଂକାରୀ ଧନୀ ଶାଶୂଟିଏ। ଯିଏ କେବଳ ପ୍ରାଧାନ୍ୟ ଦିଅନ୍ତି ଟଙ୍କାକୁ। ସମ୍ପର୍କର ସଂଜ୍ଞା ତାଙ୍କ ପାଇଁ ତୁଚ୍ଛ। ତେବେ ତାଙ୍କ ଝିଅର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ବିପରୀତ। ନିଜ ଶାଶୂଘରେ ଥିବା ତିକ୍ତତା ତଥା ନିଜ ଲୋକଙ୍କ ଭିତରେ ଥିବା ସମ୍ପର୍କର ଦୂରତାକୁ ଦୂର କରିବା ପାଲଟିଯାଏ ନାୟକଙ୍କ ମୂଳଲକ୍ଷ୍ୟ। କାହାଣୀର ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ରାଜା, ଦେବୀକା, ତୃପ୍ତି ସିହ୍ନା, ପ୍ରିୟା ମହାପାତ୍ର, ଶୁଭ୍ରାଂଶୁ ଓ ଫ୍ଲୋରେନ୍ସ। ଏଥିସହ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଜୀ ସାର୍ଥକର ଜନପ୍ରିୟ ରିୟଲିଟି ଶୋ’ର ପ୍ରସାରଣ ସମୟରେ ପରିବର୍ତ୍ତନ ହୋଇଛି। ଡିଓଡି ସୁପର ମମ୍‍ସ ପ୍ରତି ସୋମବାରରୁ ଗୁରୁବାର ରାତି ୧୦ଟା ଓ ସାରେଗାମାପା ମେଗା ଚାଲେଞ୍ଜ ପ୍ରତି ଶୁକ୍ରବାର ଓ ଶନିବାର ରାତି ୧୦ଟାରେ ପ୍ରସାରିତ ହେବ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories