ଲକ୍ଷ୍ନୌ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଉତ୍ତରପ୍ରଦେଶ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି(ଏସପି)ର ବାପ-ପୁଅ ଏକାଠି ହୋଇଛନ୍ତି। ଏସପିରୁ ଦୂରେଇ ରହିଥିବା ମୁଲାୟମ ସିଂହ ଯାଦବ ଏବେ ପୁଅ ଅଖିଳେଶ ଯାଦବଙ୍କ ସହିତ ହାତ ମିଳାଇଛନ୍ତି। ରବିବାର ବାପ-ପୁଅଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ମୁଲାୟମ କେବଳ ପୁଅ ସହିତ ମଞ୍ଚରେ ଭାଗ ନେଇ ନଥିଲେ; ବରଂ ସମାଜବାଦୀ ପାର୍ଟିକୁ ସମର୍ଥନ ଜଣାଇବାକୁ ଆହ୍ୱାନ ଦେଇଥିଲେ। ବାପ-ପୁଅ ହାତ ମିଳାଇଥିବାବେଳେ ମୁଲାୟମଙ୍କ ଭାଇ ଶିବପାଲ ଯାଦବଙ୍କୁ ଝଟକା ଲାଗିଛି। ଅଖିଳେଶଙ୍କ ସହିତ ତିକ୍ତତାକୁ ନେଇ ଶିବପାଲ ନୂଆ ଦଳ ଗଠନ କରିଛନ୍ତି। ତେବେ ମୁଲାୟମଙ୍କୁ ଆଧାର କରି ଶିବପାଲ ଏହି ଦଳ ଗଠନ କରିଥିବାବେଳେ ଏବେ ସେ ଅଖିଳେଶଙ୍କ ଆଡକୁ ଢଳିଛନ୍ତି।
Popular Categories



