www.samajalive.in
Friday, December 12, 2025
26.1 C
Bhubaneswar

କୁଜୀବରରେ ଭୌତିକ ଚିକିତ୍ସା ଶିବିର

ଚୌଦ୍ୱାର: ଆଗ୍ରାହାଟ ପଞ୍ଚାୟତ କୁଜୀବରସ୍ଥିତ ମହାତ୍ମା ସାଧୁସୁନ୍ଦର ସିଦ୍ଧପୀଠରେ ଏକ ୫ଦିନିଆ ଭୌତିକ (ଫିଜିଓଥେରାପି) ଚିକିତ୍ସା ଶିବିର ଆରମ୍ଭ କରାଯାଇଛି । ରୋଟାରୀ କ୍ଲବ୍‌ କଟକ ଅଭିନବ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ କ୍ଲବ୍‌ ଜିଲା ଗଭର୍ଣ୍ଣର ଶାନ୍ତନୁ ପାଣି, ସହକାରୀ ଗଭର୍ଣ୍ଣର ବିଦ୍ୟୁତ୍‌ କୁମାରୀ ଲାଲା, ସୁଧାଂଶୁ ଶେଖର ଜେନା, କମଳ ଜେନା, ଉମାକାନ୍ତ ମହାନ୍ତି, ବିଶ୍ୱନାଥ ପଣ୍ଡା, ଶିକ୍ଷାବିତ୍‌ କୈଳାସ ଚନ୍ଦ୍ର ବରାଳ, ପାଠାଗାର ସମ୍ପାଦକ କରୁଣାକର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ଅଭିଜ୍ଞ ଡାକ୍ତର ମାନଙ୍କଦ୍ୱାରା ଅଞ୍ଚଳର ରୋଗୀ ମାନଙ୍କୁ ୯ ପ୍ରକାରର ଫିଜିଓଥେରାପି ଚିକିତ୍ସା ମାଗଣାରେ ପ୍ରଦାନ କରାଯିବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ । କ଼ୁଜୀବର କମ୍ୟୁନିଟିକ୍ରପ୍‌ ସଭାପତି ଉମେଶ ଚନ୍ଦ୍ର ସାହାଣୀ, ସମ୍ପାଦକ ବାସୁଦେବ ସାହୁ ଓ କ୍ରପ୍‌ର ସଦସ୍ୟ ମାନେ ଶିବିର ପରିଚାଳନା କରୁଛନ୍ତି ।ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ଜଣା ପଡ଼ିଛି ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories