ଚୌଦ୍ୱାର: କଟକ କେନ୍ଦ୍ର ସମବାୟ ବ୍ୟଙ୍କର ଚୌଦ୍ୱାର ଶାଖା ତରଫରୁ ଆଗ୍ରାହାଟସ୍ଥିତ କଲ୍ୟାଣ ମଣ୍ଡପରେ ଏକ ଦିନିକିଆ ବିତ୍ତିୟ ସ୍ୱାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ୟାଙ୍କର ଚୌଦ୍ୱାର ଶାଖା ପରିଚାଳକ ରଣଜିତ୍ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ନାବାଡ଼ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ଜିଲ୍ଳା ଉନ୍ନୟନ ପରିଚାଳକ ସିଦ୍ଧାର୍ଥ ଶେଖର ପଣ୍ଡା, ମିଶନ୍ ଶକ୍ତିର ଗଙ୍ଗୋତ୍ରୀ ଦଳାଇ, ପ୍ରଣୀଧନ ଚିକିତ୍ସକ ଡା. ବିଜୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ତଥା ସହରାଞ୍ଚଳରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ, କ୍ରେଡ଼ିଟ କାର୍ଡ଼ଧାରୀ ତଥା ବିଭିନ୍ନ ସମବାୟ ଗୋଷ୍ଠୀର ଆର୍ଥିକ ଅଭିବୃଦ୍ଧି ତଥା ଆତ୍ମ ନିର୍ଭର ଶୀଳତାର ବିଭିନ୍ନ ଉପାୟ ସମ୍ପର୍କରେ ଲୋକମାନଙ୍କୁ ସଚେତିତ କରାଇଥିଲେ ।
ସମବାୟ ଗୋଷ୍ଠୀ ତଥା ବ୍ୟକ୍ତିଗତ ସ୍ତରରେ ମତ୍ସ୍ୟଚାଷ, ପଶୁ ପାଳନ, ହଟିକଲଚର ଆଦି ବହୁବିଧ କାର୍ଯ୍ୟପାଇଁ ନାବାର୍ଡ଼ ଓ ବ୍ୟଙ୍କରୁ ମିଳୁଥିବା ବିଭିନ୍ନ ସହାୟତା ସମ୍ପର୍କରେ ମଧ୍ୟ ଶିବିରାର୍ଥୀ ମାନଙ୍କୁ ସୂଚନା ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀର ବହୁ ମହିଳା, ସମବାୟ ସମିତି ସଦସ୍ୟ ଓ ସଦସ୍ୟା ତଥା ସ୍ଥାନୀୟ ନାଗରିକ ଅଂଶ ଗ୍ରହଣ କରିଥିଲେ । ନଖରା ଶାଖାର ସହକାରୀ ସମ୍ପାଦକ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।



