www.samajalive.in
Saturday, December 13, 2025
21.1 C
Bhubaneswar

୮ ଜେନେରାଲଙ୍କୁ ବହିଷ୍କାର କଲେ ପୁତିନ

ମସ୍କୋ: ୟୁକ୍ରେନ୍‌ ଅଭିଯାନରେ ବିପୁଳ କ୍ଷତି ପାଇଁ ଉତ୍‌କ୍ଷିପ୍ତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନିଜ ସେନାର ୮ ଜେନେରାଲଙ୍କୁ ବହିଷ୍କାର କରିଛନ୍ତି। ସେମାନଙ୍କ ବିଫଳତା ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ପୁତିନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ଡାଲିନୋଭ ଦାବି କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ରୁଷିଆ ଏହାର ରଣନୀତିରେ ପରିବର୍ତ୍ତନ କରିଥିବା ଓଲେକ୍ସି କହିଛନ୍ତି। ୟୁକ୍ରେନ୍‌ ଏମିତି ସଂଘବଦ୍ଧ ଓ ଯୋଜନାବଦ୍ଧ ଭାବେ ଲଢ଼େଇ କରିବ ବୋଲି ରୁଷିଆ ବିଶ୍ବାସ କରିପାରି ନ ଥିଲା। ପୁନଶ୍ଚ ସମ୍ପୃକ୍ତ ଜେନେରାଲମାନେ ପୁତିନଙ୍କୁ ଭୁଲ୍‌ ସୂଚନା ଦେଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ୟୁକ୍ରେନ୍‌ ଅଭିଯାନ କଷ୍ଟସାଧ୍ୟ ହୋଇପଡ଼ିଲା ବୋଲି ପୁତିନ ମନେ କରୁଛନ୍ତି। ଆଗକୁ ସେ ନିଜ ସେନାଧିକାରୀଙ୍କ ବିରୋଧରେ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶଙ୍କା ରହିଥିବା ଓଲେକ୍ସି ଦାବି କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories