www.samajalive.in
Wednesday, December 10, 2025
16.1 C
Bhubaneswar

ଏସିଆ କପ୍‍ : ପାକିସ୍ତାନକୁ ୯ ୱିକେଟରେ ହରାଇଲା ଭାରତ

ଦୁବାଇ : ୫ ଦିନ ମଧ୍ୟରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୨ ଥର ଏକତରଫା ଭାବେ ବିଜୟୀ ହୋଇଛି ଭାରତ। ରବିବାର ଏସିଆ କପ୍‍ର ସୁପର ଫୋର୍‍ ମ୍ୟାଚରେ  ପାକିସ୍ତାନକୁ ୯ ୱିକେଟରେ ଭାରତ ପରାସ୍ତ କରିଛି। ସୋଏବ୍‍ ମାଲିକ୍‍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୨୩୭ ରନ୍‍ କରିଥିଲା। ପରେ ଭାରତୀୟ ଓପ୍‍ନର ଶିଖର ଧାୱନ ଓ ରୋହିତ ଶର୍ମା ଶତକ ଅର୍ଜନ କରିଥିଲେ। ଉଭୟଙ୍କ ମଧ୍ୟରେ ଦ୍ୱିଶତକୀୟ ଓପ୍‍ନିଂ ଭାଗିଦାରୀ ଯୋଗୁଁ ୨୩୮ ରନ୍‍ର ବିଜୟଲକ୍ଷ୍ୟକୁ ଭାରତ ଅତି ସହଜରେ ପିଛା କରି ପାରିଥିଲା। ଏହି କ୍ରମରେ ଉଭୟ ଧାୱନ ଓ ରୋହିତ ଶତକ ଅର୍ଜନ କରିଥିଲେ। ଫଳରେ ୩୯.୩ ଓଭରରେ ୧ ୱିକେଟ ହରାଇ ଭାରତ ବିଜୟୀ ହୋଇଥିଲା। ଆଫ୍‍ଗାନିସ୍ତାନ ବିପକ୍ଷରେ ଭାରତକୁ ଶେଷ ମ୍ୟାଚ୍‍ ଖେଳିବାର ଥିଲେ ହେଁ ଭାରତର ଫାଇନାଲ ଖେଳିବା ନିଶ୍ଚିତ ହୋଇଯାଇଛି। ପାକିସ୍ତାନ ବିପକ୍ଷରେ ଏହା ଭାରତର ଅନ୍ୟତମ ବଡ଼ ବ୍ୟବଧାନରେ ବିଜୟ।ପାକିସ୍ତାନ ବିପକ୍ଷରେ ପୂର୍ବ ମ୍ୟାଚରେ  ୮୬ ରନ୍‍ର ଓପ୍‍ନିଂ ଭାଗିଦାରୀ କରିଥିବା ରୋହିତ ଶର୍ମା ଓ ଶିଖର ଧାୱନଙ୍କ ବ୍ୟାଟ୍‍ ଏହି ମ୍ୟାଚ୍‍ରେ ମଧ୍ୟ ଚମକିଥିଲା। ଦୁହେଁ ଆରମରେ ଷ୍ଟ୍ରୋକ୍‍ ଖେଳି ଚାଲିଥିଲେ। ପାକିସ୍ତାନୀ ପେସ୍‍ ବୋଲର ଓ ସ୍ପିନର ଉଭୟଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ। ଓପ୍‍ନିଂ ଯୋଡ଼ି ୩୪ ଓଭରରେ ୨୧୦ ରନ୍‍ର ଭାଗିଦାରୀ କରିଥିଲେ। ରନ୍‍ଆଉଟ ହେବା ପୂର୍ବରୁ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ଶତକ ହାସଲ କରିଥିଲେ ଧାୱନ। ୧୫ତମ ଦିନିକିଆ ଶତକ ହାସଲ କରିଥିବା ଧାୱନ ୧୦୦ ବଲ୍‍ରୁ ୨ଟି ଛକା ଓ ୧୬ଟି ଚୌକା ସହ ୧୧୪ ରନ୍‍ କରିଥିଲେ। ଏହି ମ୍ୟାଚ୍‍ରେ ୭ ହଜାର ଦିନିକିଆ ରନ୍‍ ପୂରଣ କରିଥିବା ରୋହିତ ଶର୍ମା ୧୯ଶ ଦିନିକିଆ ଶତକ ହାସଲ କରିଥିଲେ। ସେ ୧୧୯ ବଲ୍‍ରୁ ୪ଟି ଛକା ଓ ୭ଟି ଚୌକା ସହ ୧୧୧ ରନ୍‍କରି ଅପରାଜିତ ଥିଲେ। ଅମ୍ବତି ରାୟୁଡୁ ୧୨ ରନ୍‍ରେ ଅପରାଜିତ ଥିଲେ।
ଆଶା ଅନୁସାରେ, ପାକିସ୍ତାନ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ଏହାର ଓପ୍‍ନିଂ ଯୋଡ଼ି ୮ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ରହିଥିଲେ ଏବଂ ୨୪ ରନ୍‍ର ଭାଗିଦାରୀ କରିଥିଲେ। ପରେ ଭାରତ ଅଳ୍ପ ବ୍ୟବଧାନରେ ୩ଟି ୱିକେଟ ନେଇ ପାରିଥିଲା। ଗତ ମ୍ୟାଚ୍‍ରେ ଅର୍ଦ୍ଧଶତକ ହାସଲ କରିଥିବା ଓପ୍‍ନର ଇମାମ୍‍-ଉଲ୍‍-ହକ୍‍ ୧୦ ରନ୍‍କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। ଦଳର ଶ୍ରେଷ୍ଠ ବ୍ୟାଟ୍‍ସମ୍ୟାନ୍‍ ବାବର ଆଜମ୍‍ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ବିଫଳ ହୋଇ ୯ ରନ୍‍କରି ରନ୍‍ଆଉଟ ହୋଇଥିଲେ।
ଫର୍ମରେ ନଥିବା ଓପ୍‍ନର ଫଖର ଜମାନ୍‍ କ୍ରିଜ୍‍ରେ ସେଟ୍‍ ହୋଇ ଆସୁଥିବା ବେଳେ ୱିକେଟ ହରାଇଥିଲେ। ଜମାନ୍‍ ୪୪ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୧ ରନ୍‍ କରିଥିଲେ। ୫୮ ରନ୍‍ରେ ୩ଟି ୱିକେଟ ପଡ଼ିଯିବା ପରେ ପାକିସ୍ତାନର ସବୁଠାରୁ ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ସୋଏବ୍‍ ମାଲିକ୍‍ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ଲଢ଼ୁଆ ଭାଗିଦାରୀ କରିଥିଲେ ଏବଂ ୨୩ ଓଭର କ୍ରିଜ୍‍ରେ ରହିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୧୦୭ ରନ୍‍ ଯୋଗ କରିଥିଲେ। ସର୍ଫରାଜ ୬୬ ବଲ୍‍ରୁ ୨ଟି ଚୌକା ସହ ୪୪ ରନ୍‍ କରିଥିଲେ। ପରେ ଆସିଫ୍‍ ଅଲୀ ଆସି କିଛି ଆକ୍ରମଣାତ୍ମକ ଷ୍ଟ୍ରୋକ୍‍ ଖେଳିଥିଲେ। ତାଙ୍କ ଚମତ୍କାର ଫର୍ମ ବଜାୟ ରଖି ସୋଏବ୍‍ ମାଲିକ୍‍ ୯୦ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୭୮ ରନ୍‍କରି ଆଉଟ ହୋଇ ଯାଇଥିଲେ। ଭୁବନେଶ୍ୱର କୁମାରଙ୍କୁ ଏକ ଓଭରରେ ୨୨ ରନ୍‍ ମାରିଥିବା ଆସିଫ୍‍ ଅଲୀ ୨୧ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୦ ରନ୍‍କରି ବିଦାୟ ନେଇଥିଲେ। ଦୁଇ ସ୍ପିନର ସଦ୍ଦାବ୍‍ ଖାଁ ଓ ମହମ୍ମଦ ନୱାଜ୍‍ ଶେଷଆଡ଼କୁ କିଛି ସମୟ କ୍ରିଜ୍‍ରେ ରହିଥିଲେ ହେଁ ଭାରତୀୟ ବୋଲର ଉଭୟଙ୍କୁ ବାନ୍ଧି ରଖି ପାରିଥିଲେ। ଫଳରେ ଏକଦା ୨୬୦/୨୭୦ ରନ୍‍ରେ ପାକିସ୍ତାନ ପହଞ୍ଚିଯିବ ବୋଲି ଆଶା କରା ଯାଉଥିବା ବେଳେ ଏହା ୨୩୭ ରନ୍‍ରେ ଅଟକି ଯାଇଥିଲା। ଯଶପ୍ରୀତ ବୁମ୍‍ରା, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories