www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ପୁରୀ ଆସିବେ ଅମିତ ଶାହା ; ମହିଳାଙ୍କୁ ଦେବେ ମୋଦୀ ମନ୍ତ୍ର

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର ଦିନିକିଆ ପୁରୀ ଗସ୍ତରେ ଆସିବେ। ରାଜ୍ୟର ପ୍ରାୟ ୧୫ହଜାର ମହିଳାଙ୍କୁ ସେ ମୋଦୀ ମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ବିଜେପି ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ତାଙ୍କଦ୍ୱାରା ଉଦ୍‍ଘାଟନ କରାଯିବ। ଏଥିପାଇଁ ସମଗ୍ର ପୁରୀ ସହର ବିଜେପି ପତାକାରେ ପୋତି ହୋଇପଡ଼ିଛି। ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀ ଶାହାଙ୍କ ସାଧାରଣ ସଭାପାଇଁ ଶରଧାବାଲିରେ ମହିଳା ମହାସମାବେଶ ଅନୁଷ୍ଠିତ ହେବ। ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ ମହିଳା ପ୍ରତିନିଧି ସେଥିରେ ଯୋଗଦାନ କରିବେ। ସୋମବାର ଦିନ ୧୧ଟା ୩୦ରେ ଶ୍ରୀ ଶାହା ଶରଧାବାଲିରେ ପହଞ୍ଚିବେ। ସେଠାରେ ଦିନ ୨ଟା ପର୍ଯ୍ୟନ୍ତ ସେ ରହିବାର କାର୍ଯ୍ୟକ୍ରମ ରହିଛି। ମୋଦୀ ସରକାରଙ୍କ ବିଭିନ୍ନ ମହିଳା କଲ୍ୟାଣ ଯୋଜନା ସମ୍ପର୍କରେ ଶାହା ମହିଳାଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ରାଜ୍ୟ ବିଜେଡି ସରକାରଙ୍କ ମହିଳା ବିରୋଧୀ ନୀତି ସମ୍ପର୍କରେ ଉଦ୍‍ବୋଧନ ଦେବେ। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମୁଖ୍ୟ ଶ୍ରୀ ଶାହା ମହିଳା ବାହିନୀଙ୍କୁ ବିଜୟମନ୍ତ୍ର ଦେବେବୋଲି ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ନବୀନ ସରକାରଙ୍କ ଉପରେ ଶାହା ବର୍ଷିବାର ସମ୍ଭାବନା ରହିଛି। ନିର୍ବାଚନ ପୂର୍ବରୁ ଶାହାଙ୍କ ପୁରୀ ଗସ୍ତ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ବିଜେପି ସାଂଗଠନିକ କ୍ଷେତ୍ରରେ ମହିଳାଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା ଘୋଷଣା କରିବାର ସମ୍ଭାବନା ରହିଛି। ନବୀନ ସରକାରଙ୍କ ୧୮ବର୍ଷର ଓଡ଼ିଶା ଶାସନରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା, ବଳାତ୍କାର ଓ ହତ୍ୟା ସମ୍ପର୍କରେ ରାଜ୍ୟ ବିଜେପି ପକ୍ଷରୁ ଶାହାଙ୍କୁ ଅଭିଯୋଗଫର୍ଦ ଦିଆଯାଇଛି। ତେଣୁ ଶ୍ରୀ ଶାହା ଶରଧାବାଲି ଶକ୍ତିକେନ୍ଦ୍ର ସମ୍ମିଳନୀରେ ତାହାକୁ ମୁଖ୍ୟ ପ୍ରସଙ୍ଗ କରିବେ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର, ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମହିଳା ସମ୍ମିଳନୀରେ ଉଦ୍‍ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ସଭାରେ ଯୋଗଦେବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ ୨୦୧୯ ନିର୍ବାଚନରେ ମହିଳାଙ୍କୁ ବିଜେଡି ବିରୋଧରେ ବିଜେପି ଅସ୍ତ୍ରଭାବେ ବ୍ୟବହାର କରିବ। ନବୀନଙ୍କ ଶାସନ କାଳରେ ମହିଳାମାନେ ସବୁଠାରୁ ଅଧିକ ଅବହେଳିତ ଏବଂ ନିଷ୍ପେସିତ ହୋଇଥିବା ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ତେଣୁ ରାଜ୍ୟର ସବୁ ପଞ୍ଚାୟତରେ ମହିଳା ବାହିନୀ ଗଠନ କରି ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେପି ନିଷ୍ପତ୍ତି ଗ୍ରହଣ କରିଛି। ଶରଧାବାଲି ମହିଳା ସମାବେଶରେ ଉଦ୍‍ବୋଧନ ଦେଇ ଶ୍ରୀ ଶାହା ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେଉଥିବା ତିନିଦିନିଆ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦାନ କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨ଶହ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସେ ସମ୍ବୋଧିତ କରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories