www.samajalive.in
Thursday, December 11, 2025
16.1 C
Bhubaneswar

ମିଥ୍ୟାର ସୌଦାଗର ମୋଦୀ: କଂଗ୍ରେସ

ଭୁବନେଶ୍ୱର : ତାଳଚେର ସାରକାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଝାରସୁଗୁଡା ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଉଦ୍‍ଘାଟନ କରି ଦୁଇଟି ଜନସଭାରେ ମିଥ୍ୟା କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ପ୍ରୟାସ କରୁଛନ୍ତି ବୋଲି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି।
ରାଜ୍ୟ କଂଗ୍ରେସଭବନ ଠାରେ ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଦାସ ଓ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଏନଡିଏ ସରକାର ରାଜ୍ୟରେ ନୂଆକିଛି କରି ନାହାନ୍ତି। ପୂର୍ବ ୟୁପିଏ ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ମୋଦୀ ନିଜ ସରକାର କହି ବାହାଦୁରୀ ନେବାକୁ ବସିଛନ୍ତି। ୟୁପିଏ ସରକାର ସମୟରେ ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆର ନିୟମ ପରିବର୍ତ୍ତନ କରାଯାଇ ଦେଶରେ ୫୮ଟି ମେଡ଼ିକାଲ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତିି ନିଆଯାଇଥିଲା। ସେହି ଆଧାରରେ ୩୫୦ ବେଡ ଥିବା ହସ୍ପିଟାଲକୁ ମେଡ଼ିକାଲ କଲେଜ କରିବା ପାଇଁ ସ୍ଥିର ହୋଇଥିଲା। ସେହିଭଳି ୟୁପିଏ ସରକାର ସମୟରେ ରାଜ୍ୟରେ ୫ଟି ମେଡ଼ିକାଲ କଲେଜ ହେବ ବୋଲି ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏମ୍ସ ଗୃହ ଉନ୍ମୋଚନ ଉତ୍ସବରେ ଘୋଷଣା କରିଥିଲେ। ଓଡ଼ିଶାରେ ବାଲେଶ୍ୱର, ବାରିପଦା,ବଲାଙ୍ଗୀର, କୋରାପୁଟ ଓ ପୁରୀଠାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ୟୁପିଏ ସରକାର ରାଜ୍ୟ ସରକାରଙ୍କୁ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା। ଏହାଛଡ଼ା ବାଲେଶ୍ୱରଠାରେ ମଲ୍ଟି ସୁପରସ୍ପେଶାଲିଟି ଏକ ହସ୍ପିଟାଲ ଖୋଲିବା ପାଇଁ ୟୁପିଏ ସକରାର ଘୋଷଣା କରିଥିଲେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି। ଏହାଛଡ଼ା ଇଏସ୍‍ଆଇ ହସ୍ପିଟାଲର ଶିଳାନ୍ୟାସ ହୋଇ ପାଚେରି ନିର୍ମାଣ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏନ୍‍ଡିଏ ସରକାର ଏହାକୁ ବନ୍ଦ କରିଛନ୍ତି। ସେହିଭଳି ଏମ୍‍ସିଏଲ ପକ୍ଷରୁ ତାଳଚେର, ସୁନ୍ଦରଗଡ଼ରେ ଏନ୍‍ଟିପିସି ପକ୍ଷରୁ ଏକ ହସ୍ପିଟାଲ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାର ମେଡ଼ିକାଲ କଲେଜ ପ୍ରତିଷ୍ଠା ଦିଗରେ ଭିତ୍ତିଭୂମି ଓ ଅର୍ଥ ଦେଇଥିଲେ ହେଁ ୟୁପିଏ ସରକାର ସମୟର ନିଷ୍ପତ୍ତିକୁ ବିଜେପି ଓ ବିଜେଡି ଫାଇଦା ନେବାକୁ ବସିଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ତାଙ୍କ ଘୋଷଣା ପରେ ଏମ୍‍ସିଆଇର ଏକ ୩ ଜଣିଆ ଟିମ୍‍ ବଲାଙ୍ଗୀରରେ ମେଡ଼ିକାଲ ପାଇଁ ସମସ୍ତ ଭିତ୍ତିଭୂମି ବିଷୟରେ ତଦାରଖ କରିଥିଲେ। ତାଳଚେର ସାରକାରଖାନା ୧୯୭୦ରୁ ହୋଇଥିବା ବେଳେ ୨୦୦୨ ମସିହାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ବନ୍ଦ ହୋଇଥିଲା। ସେତେବେଳେ ଦେଶର ୮ଟି ସାରକାରଖାନା ସହିତ ତାଳଚେରକୁ ମଧ୍ୟ ବନ୍ଦ କରାଯାଇଥିଲା। ଯୁପିଏ ସରକାର ୨୦୦୭ ମସିହାରେ ଏହି କାରଖାନାର ପୁନରୁଦ୍ଧାର କରିବା ପାଇଁ ଗୋଟିଏ କମିଟି ଗଠନ କରିଥିଲେ। ୨୦୦୮ରେ କମିଟି ରିପୋର୍ଟ ଦେବାପରେ ଏହି କାରଖାନାକୁ ୧୧ହଜାର କୋଟି ଟଙ୍କାରେ ସାର ଓ କେମିକାଲ କାରଖାନା କରିବାକୁ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଥିଲା। ଏହି କାରଖାନାଟି ୨୦୧୭ ସୁଦ୍ଧା ସରିବା ଲକ୍ଷ୍ୟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗତ ଦିନକ ତଳେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରି ଯାଇଛନ୍ତି। ମୋଦୀଙ୍କ ସମୟରେ ଓଡ଼ିଶାରେ କିଛି ହୋଇ ନାହଁ ବରଂ ବହୁ ଯୋଜନାକୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ସେହିଭଳି ଆଦିବାସୀ ଅଧ୍ୟୁଷିତ କେବିକେ ଜିଲାରେ କେନ୍ଦ୍ରରେ ୟୁପିଏ ସରକାରଙ୍କ ସମୟରେ ଅତି ଗରିବ ଲୋକଙ୍କ ପାଇଁ ୩୫ କେଜି ଚାଉଳ ଦେଉଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ପରେ ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦୟ ଭଳି ଯୋଜନା ବନ୍ଦ କରିଦିଆଯାଇଛି। ସେହିଭଳି ଅସହାୟ ବୃଦ୍ଧ, ବୃଦ୍ଧାଙ୍କ ପାଇଁ ରନ୍ଧାଖାଦ୍ୟ ଯୋଜନାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଗଞ୍ଜାମ ଓ ଜୁନାଗଡରେ ୱାଗନ କାରଖାନା ବନ୍ଦ କରିଦେଇଛନ୍ତି।
ସେହିଭଳି ଜୁନାଗଡ-ନବରଙ୍ଗପୁର ରେଳପଥ, କନ୍ଧମାଳ-ତାଳଚେର ରେଳପଥ,କଣ୍ଟାବାଞ୍ଜି-ନବରଙ୍ଗପୁର ପ୍ରସ୍ତାବିତ ରେଳପଥ ପାଇଁ ବର୍ତ୍ତମାନ ସରକାରଙ୍କ ଆଗ୍ରହ ନାହିଁ। ଇନ୍ଧନ ଗ୍ୟାସ ସିଲିଣ୍ଡର ୯୦୦ ଟଙ୍କାରେ ପହଞ୍ଚିଲାଣି। ପେଟ୍ରୋଲ, ଡିଜେଲ ଦର ବଢ଼ିଥିବାରୁ ଲୋକେ ଅତିଷ୍ଠ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ବାହାଦୂରୀ ମାରି ଆଉଥରେ କ୍ଷମତାକୁ ଆସିବେ ବୋଲି ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ସଫଳ ହେବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories