www.samajalive.in
Thursday, December 11, 2025
15.1 C
Bhubaneswar

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସମିତି ବୈଠକ

ଭୁବନେଶ୍ୱର : ଓଡିଶାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ୟକ୍ରମ ବର୍ଷବ୍ୟାପୀ ପାଳନ ପାଇଁ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋହିୟା ଏକାଡେମୀ ଠାରେ ପ୍ରଫେସର ଧନେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ଜିଲ୍ଲାରେ ଗଠିତ ‘ଗାନ୍ଧୀ:୧୫୦’ କର୍ମୀମାନେ ଏହି ବୈଠକରେ ଉପସ୍ଥିତ ହୋଇ ବୈଠକରେ ବର୍ଷବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚନ କରିଥିଲେ। ‘ଗାନ୍ଧୀ:୧୫୦’ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଯାଇଛି। ମହାତ୍ମାଗାନ୍ଧୀ ଓଡିଶାରେ ଗସ୍ତ କରିଥିବା ବିଭିନ୍ନ ଅଞ୍ଚଳ ତଥା ସ୍ୱାଧୀନତା ପୂର୍ବରୁ ଓ ପରେ ରାଷ୍ଟ୍ର ଦ୍ୱାରା ହୋଇଥିବା ନରହତ୍ୟା ସ୍ଥଳକୁ ଏକ ସର୍କିଟ ମାଧ୍ୟମରେ ଯୋଡିବା ଓ ରାଜ୍ୟର ୩୧୪ ବ୍ଲକରେ ‘ଗାନ୍ଧୀ:୧୫୦’ କାର୍ଯ୍ୟକ୍ରମକୁ ଯୋଡିବା ପାଇଁ ଦୁଇଟି ଯାତ୍ରାର ଆୟୋଜନ କରାଯିବ ବୋଲି ସଭାରେ ସ୍ଥିର ହୋଇଯାଇଛି। ଗାନ୍ଧୀ ରଚନାବଳୀ ଓ ଅନ୍ୟାନ୍ୟ ଗାନ୍ଧୀ ସାହିତ୍ୟ ଓଡିଆରେ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଭାତଫେରି ଆୟୋଜନ କରାଯିବା ସହିତ ସତ୍ୟ ଅହିଂସାରେ ବିଶ୍ୱାସ ରଖି ଜୀବନ ଅତିବାହିତ କରିବା ପାଇଁ ଏକ ପ୍ରତିଜ୍ଞାପତ୍ରକୁ ସର୍ବସାଧାରଣ ସ୍ଥାନରେ ପାଠ କରିବା ସହ ଶପଥ ଗ୍ରହଣ କରିବାକୁ ନିଷ୍ପତି କରାଯାଇଛି। ସାଂସ୍କୃତିକ ସମିତି ପକ୍ଷରୁ ବିଭିନ୍ନ ସଂଂସ୍କୃତିକ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜିତ ହେବ। ଏହି ସଭାରେ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚରଣ ଦାସ, ପରିବେଶବିତତ୍ତ ପ୍ରଫୁଲ୍ଲ ସାମନ୍ତରା, ଦେବ ପ୍ରସାଦ ରାୟ,ନଟବର ଖୁଣ୍ଟିଆ, ଅଖିଳ କୁମାର ପାଢୀ, ଜଷ୍ଟିସ ମନୋରଂଜନ ମହାନ୍ତି, ସରୋଜ ଶତପଥି,ଡଃ ମିନାକ୍ଷୀ ପଣ୍ଡା, ସୁବୋଧ ପଟ୍ଟନାୟକ, ନାସିର ବକ୍ସ, ଆଦ୍ଖଳନ୍ଦ ରାଉତ, ଗୌରାଙ୍ଗ ଚରଣ ହୋତା,ବିପିନବିହାରୀ ମହାନ୍ତି, ଜ୍ଞାନ ରଂଜନ ସାମନ୍ତରା, ସୋମ, ସୁମିତ୍ରା ଜେନା,ଶୋଭାକର ସ୍ୱାଇଁ, ରଣଜିତ ଦେହୁରୀ,କୃଷ୍ଣାରାଣୀ ବୋଷ,ଅର୍ନ୍ତଯାମୀ ବରାଳ, ଅନିରୁଦ୍ଧ ସାମନ୍ତରାୟ,ଲବ କୁମାର ପ୍ରଧାନ, ଶ୍ୟାମଳି ପତି ପ୍ରମୁଖ ଶତାଧିକ ଗାନ୍ଧୀକର୍ମୀ ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା କାର୍ଯ୍ୟକ୍ରମ ସର୍ମ୍ପକରେ ଆଲୋଚନା କରିଥିଲେ। ଡାଃ ବିଶ୍ୱଜିତ ମଞ୍ଚ ପରିଚାଳନା କରିଥିଲେ ଓ ମିହିର ପ୍ରତାପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories