www.samajalive.in
Thursday, December 11, 2025
16.1 C
Bhubaneswar

କରୋନା କାଳରେ ପାଠ ଛାଡ଼ିଥିବା ବିଦ୍ୟାର୍ଥୀଙ୍କୁ ବିଦ୍ୟାଳୟ ଫେରାଇବା ପ୍ରସଙ୍ଗ

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ପ୍ରାୟ ୮ଲକ୍ଷ ଛାତ୍ରଛାତ୍ରୀ ପାଠ ଛାଡ଼ି ଅନ୍ୟ ସ୍ଥାନରେ କାମ କରୁଛନ୍ତି ବୋଲି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି। ବହୁ ବିଦ୍ୟାର୍ଥୀ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ଏବେ ବିଦ୍ୟାଳୟ ଖୋଲିବା ପରେ ସେମାନଙ୍କୁ ପୁଣି ଶିକ୍ଷା ସହ ଯୋଡ଼ି ବିଦ୍ୟାଳୟରେ ନାମ ଲେଖାଇବା ଓ ରହିବା ପାଇଁ ବ୍ୟବସ୍ଥା କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ମାନବାଧିକାର ଆୟୋଗରେ ଏକ ମାମଲା ଦାଏର କରାଯାଇଥିଲା। ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୨୬ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ନିଗମ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ମନୋଜ ଜେନା ଏହି ସମସ୍ୟା ଅାୟୋଗଙ୍କ ଦୃଷ୍ଟିକୁ ଆଣିଥିଲେ।

ଶ୍ରୀ ଭଟ୍ଟ ଉପସ୍ଥାପନ କରିଥିଲେ ଯେ ସାରା ଓଡ଼ିଶା ଗସ୍ତ ସମୟରେ ଯେଉଁ ଢାବା, ଲଜ୍‌, ଛୋଟ ବଡ଼ ବ୍ୟବସାୟ ଅନୁଷ୍ଠାନ ଦେଖିଲେ ସବୁଠାରେ ଛୋଟ ପିଲା ଶିଶୁ ଶ୍ରମିକ ଭାବେ କାମରେ ଲାଗିଛନ୍ତି। ବହୁ ବିଦ୍ୟାର୍ଥୀ ଅନ୍ୟ ଜିଲା ଓ ରାଜ୍ୟରେ କାମ କରୁଛନ୍ତି। ସେମାନେ ଏବେ ନ ଆସିଲେ ଆଉ ପାଠ ପଢ଼ିବେ ନାହିଁ। ଏହା ସବୁଠାରୁ ବଡ଼ କ୍ଷତି ହେବ। ସେଥିପାଇଁ ଏହି ତିନି ବିଭାଗ ତୁରନ୍ତ ମିଶନ ମୋଡ଼ରେ ପିଲାଙ୍କୁ ଫେରାଇ ଆଣିବାକୁ ଶ୍ରୀ ଭଟ୍ଟ ଅନୁରୋଧ କରିଥିଲେ। ଏହି ଶୁଣାଣି ସମୟରେ ମହାସଂଘର ସହ-ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଓ ସଙ୍ଗଠନ ସମ୍ପାଦକ ରମେଶ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories