www.samajalive.in
Saturday, December 13, 2025
26.1 C
Bhubaneswar

୪୫ନମ୍ବର ୱାର୍ଡରେ ନିର୍ବାଚନୀ ହିଂସା, ଜଣେ ଆହତ

ଭୁବନେଶ୍ୱର: ବିଏମ୍‌ସି ନିର୍ବାଚନକୁ ନେଇ ରାଜଧାନୀ ଚଳଚଞ୍ଚଳ ଥିବାବେଳେ ୪୫ନମ୍ବର ୱାର୍ଡରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ୪୫ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ବର ହୁଡାସାହି ଅଞ୍ଚଳର ରମେଶ ଜେନା (୪୭)ଙ୍କ ଉପରେ କିଛି ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶ୍ରୀ ଜେନାଙ୍କ ଉପରେ ବିରୋଧୀ ଗୋଷ୍ଠୀର କିଛି ଯୁବକ ମୁହଁରେ ଲଙ୍କାଗୁଣ୍ଡ ପକାଇବା ସହ ହକି ଷ୍ଟିକ ଓ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବଡଗଡ଼ ଥାନାରେ ଅଭିଯୋଗ ହୋଇଛି।

ଶ୍ରୀ ଜେନାଙ୍କୁ ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନା ଓ ତାଙ୍କ ସମର୍ଥକ ଉଦ୍ଧାର କରି ରାଜଧାନୀ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହାକୁ ନେଇ ୱାର୍ଡରେ ଚାପା ଉତ୍ତେଜନା ଦେଖାଯାଇଛି। ବିଜେଡି ସମର୍ଥକମାନେ କଟକରୋଡ ରାସ୍ତାକୁ ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଉପରେ ବସି ରହିଥିବା ଦେଖିବାକୁ ମିଳିଛି। ବିଜେଡି କର୍ପୋରେଟର ପ୍ରାର୍ଥୀ ଶ୍ରୀ ଜେନା କହିଛନ୍ତି ଯେ ଏହି ଘଟଣାରେ ବିଜେପି ନେତା ଓ କର୍ମୀ ସମ୍ପୃକ୍ତି ରହିଛି । ନିର୍ବାଚନରେ ପରାଜୟ ଆଶଙ୍କାରେ ବିଜେପି ଏଭଳି ହିଂସାତ୍ମକ ପନ୍ଥା ଆପଣାଉଛି। ପୁଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories