www.samajalive.in
Saturday, December 13, 2025
26.1 C
Bhubaneswar

ବରପୁଟ ପଞ୍ଚାୟତରେ ନୂତନ ସରପଞ୍ଚଙ୍କ ଅଭିଶେକ

ବାଙ୍କୀ: ବରପୁଟ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ରଙ୍କୁ ଶୁକ୍ରବାର ଅପରାହ୍ନରେ ସ୍ୱତନ୍ତ୍ର ଭାବରେ ଅଭିଶେକ କରାଯାଇ ସରପଞ୍ଚ ଆସନରେ ବସାଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂତନ ସରପଞ୍ଚଙ୍କୁ ସ୍ୱାଗତ ଜଣାଇଛନ୍ତି। ବହୁ ସମର୍ଥକଙ୍କ ସହିତ ଗଜପତି ମହାରାଜ ପୁରୀଙ୍କ ରାଜ ପୁରୋହିତ ପଣ୍ଡିତ ବାସୁଦେବ ମହାପାତ୍ର, ଯଜ୍ଞ ବାରିଧି ପଣ୍ଡିତ ଚିନ୍ତାମଣି ଦାଶ, ପଣ୍ଡିତ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା କରି ନୂତନ ସରପଞ୍ଚଙ୍କୁ ଅଭିଶେକ କରାଇ ସତ୍ୟ, ନ୍ୟାୟ ଓ ଆଦର୍ଶ ଜନସେବା ପାଇଁ ଆହ୍ୱାନ ଜଣାଇଛନ୍ତି। ନିର୍ବାଚିତ ସରପଞ୍ଚଙ୍କ ଦାୟିତ୍ୱ ଗ୍ରହଣ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସମାପନ ହେଲାପରେ ଏହି ଅଭିଶେକ କାର୍ଯ୍ୟ ସଞ୍ଚାଳିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories