www.samajalive.in
Sunday, December 14, 2025
26.1 C
Bhubaneswar

ପୁସ୍ତକ ‘ଗୁରୁ ଉପାସନା ଓ ସ୍ମୃତିରୁ ଖିଏ’ ଉନ୍ମୋଚିତ

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡ଼ା ସ୍ଥିତ କ୍ଲବ ପରିସରରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ୨ଟି ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ସହିତ ରାଜ୍ୟ ସ୍ତରୀୟ ସାରସ୍ୱତ ପଣ୍ଡିତ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ନବ ନିର୍ବାଚିତ ସରପଞ୍ଚ ଅଶୋକ କୁମାର ମିଶ୍ରଙ୍କ ସଭାପତିତ୍ୱ ଓ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ସୁନିଲ ମିଶ୍ରଙ୍କ ପରିଚାଳନାରେ ସଞ୍ଚାଳିତ ଉତ୍ସବରେ ଉଦ୍ଦ୍‍ଘାଟକ ଭାବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ବାଙ୍କୀର ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ଆଧ୍ୟାତ୍ମବାଦୀ, ପ୍ରକୃତି ପ୍ରେମୀ, ବିଶିଷ୍ଟ ବ୍ୟବସାୟୀ ଏବଂ ଦାର୍ଶନିକ ସ୍ୱର୍ଗତଃ ହରିଶ୍ଚନ୍ଦ୍ର ମିଶ୍ରଙ୍କର ଅମୃତ ସୃଷ୍ଟି ‘ଗୁରୁ ଉପାସନା’ ପୁସ୍ତକ ଏବଂ ସାରସ୍ୱତ ସାଧକ ତ୍ରିଲୋଚନ ଦାସଙ୍କ ରଚିତ ପୁସ୍ତକ ‘ସ୍ମୃତିରୁ ଖିଏ’ର ଶୁଭ ଉନ୍ମୋଚନ ଏକ ବୌଦ୍ଧିକ ଜୀବନଚର୍ଯ୍ୟା ବୋଲି ଆଲୋକପାତ କରିଛନ୍ତି।

ବରେଣ୍ୟ ଅତିଥି ଭାବରେ ପୁରୀ ଗଜପତି ମହାରାଜଙ୍କ ରାଜ ପୁରୋହିତ ପଣ୍ଡିତ ବାସୁଦେବ ମହାପାତ୍ର, ଯଜ୍ଞବାରିଧି ପଣ୍ଡିତ ଚିନ୍ତାମଣି ଦାଶ, ଓଡ଼ିଶା ବୈଦ୍ଦିକ ବ୍ରାହ୍ମଣ ପରିଷଦର ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ, ଶିକ୍ଷାବିତ୍‍ ବିବେକାନନ୍ଦ ଦାଶ, କବି କୌଶିକ ନାୟକ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୁର୍ବତନ ସଭାପତି ସୁବାଷ ପାଢ଼ୀ ଏବଂ ତ୍ରିଲୋଚନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ପଣ୍ଡିତ ଅଶୋକ ମିଶ୍ର ଏବଂ ତ୍ରିଲୋଚନ ଦାଶଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ଜଗନ୍ନାଥଙ୍କର ତୈଳଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ମହାବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ,ସମାଜସେବୀ ଜୟପ୍ରକାଶ ମିଶ୍ର,ବ୍ରଜବନ୍ଧୁ ଦାସଙ୍କ ସମେତ ମହାବେରେଣା କ୍ଲବର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟ ସ୍ତରୀୟ ସାରସ୍ୱତ ପଣ୍ଡିତ ସଭାରେ ସ୍ୱତନ୍ତ୍ର ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories