www.samajalive.in
Wednesday, December 10, 2025
16.1 C
Bhubaneswar

କାହିଁକି ଗରିବ ପରି ଚଳନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ମସ୍କ । ଅପର୍ଯ୍ୟାପ୍ତ ଧନ । କୁବେର ଯେମିତି ଧନ ଅଜାଡି ଚାଲିଛନ୍ତି । ହେଲେ ସେ ବି   ଦରିଦ୍ର ପରି ଚଳନ୍ତି ବୋଲି ତାଙ୍କ ବାନ୍ଧବୀ ଗ୍ରୀମସ୍‌ କହିଛନ୍ତି । ଗତ ଡିସେମ୍ବର ମାସରେ  ଦୁଇଜଣଙ୍କର ଏକ କନ୍ୟା ସନ୍ତାନ  ହୋଇଛି , ପୂର୍ବରୁ ସେମାନଙ୍କର ଏକ ପୁତ୍ର ସନ୍ତାନ ରହିଛି । ଯାହାର ନାମ ଏକ୍ସ ଏ ଆଇ ଆର୍କ ଆଂଜେଲ । ମାତ୍ର ପୂର୍ବରୁ ସେମାନ ଏ ବିଷୟ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । ବହୁ ଦିନ ଏକାଠି ରହିବା ପରେ ଦୁଇଜଣଙ୍କ ସମ୍ପର୍କରେ ଫାଟ ଆସିଥିଲା । ହେଲେ ପରସ୍ପରକୁ ଭେଟୁଥିବା ବେଳେ ଏବେ ସମ୍ପର୍କରେ ସୁଧାର ଆସିଥିବା ଏଲନ୍ ମସ୍କଙ୍କ ବାନ୍ଧବୀ ଗ୍ରୀମସ୍‌ କହିଛନ୍ତି । ଗ୍ରୀମସ୍‌ ପ୍ରସିଦ୍ଧ ପପ୍‌ ଗାୟିକା ।

ଏଲନ୍‌ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି । ହେଲେ ବେଳେ ବେଳ ସେ ଧନୀ ନୁହେଁ ସାଧରଣ ବ୍ୟକ୍ତି କିମ୍ବା ଦରିଦ୍ର ପରି ମଧ୍ୟ ରହିବା ପାଇଁ ଭଲ ପାଆନ୍ତି ବୋଲି ଏକ ସାକ୍ଷାତକାରରେ ତାଙ୍କ ବାନ୍ଧବୀ ଗ୍ରୀମସ୍‌ କହିଛନ୍ତି । ସେମାନେ ଏକାଠି ରହୁଥିବେ ବେଳେ ଥରେ ତାଙ୍କ ପଲଙ୍କର ଗଦି  ଛିଣ୍ଡି ଯାଇଥିଲା । ତାକୁ ବଦଳାଇବାକୁ କହିବାରୁ ଏଲନ୍‌ ମସ୍କ ରାଜି ହୋଇ ନଥିଲେ। କେବେଳ ଏତିକି ନୁହେଁ ସେ ବେଳେ ବେଳେ ଅତି ଶସ୍ତା ଘରେ ଆମେରିକାର ଅଳ୍ପ ଆୟ କରୁଥିବା ଲୋକଙ୍କ ଭିତରେ ବହୁ ଦିନ ରହୁଥିଲେ । ସେଠାରେ କୌଣସି ସୁରକ୍ଷା କର୍ମୀ ନଥିବା ବେଳେ ପଡୋଶୀମାନେ ସେମାନଙ୍କ ଭିଡିଓ ଉତ୍ତୋଳନ କରୁଥିବା ଗ୍ରୀମସ୍‌ କହିଛନ୍ତି ।

- Advertisement -

କିଛି ନୂଆ ଜିନିଷ କିଣିବା ପାଇଁ ଏଲନ୍‌ ମସ୍କ ସେତେ ଆଗ୍ରହ ଦେଖାନ୍ତି ନାହିଁ ବୋଲି ସେ କହିଛନ୍ତି । ୨୦୨୦ ମସିହାରେ ଏଲନ୍‌ ମସ୍କ ତାଙ୍କର ସମସ୍ତ ସ୍ଥାବର ସମ୍ପତ୍ତି ବିକ୍ରି କରିଦେବେ ବୋଲି ଟ୍ୱିଟ କରିଥିଲେ । ଏବେ ସେ ସ୍ପେସ୍‌ ଏକ୍ସ ଠାରୁ ଏକ ଛୋଟ ଘର ଭଡା ସୁତ୍ରରେ ନେଇ ସେଠାରେ ରହୁଛନ୍ତି । ସବୁଠାରୁ ଧନୀ ବ୍ୟକ୍ତିଙ୍କ ସହ ରହିଥିବା ବେଳେ ଦୁଇ ପ୍ରକାର ଅନୁଭୂତି ଭିତରେ ରହିବା ପାଇଁ ପଡୁଥିଲା ବୋଲି ଗ୍ରୀମସ୍‌ କହିଛନ୍ତି । ଏଲେନ୍‌ ସବୁବେଳେ ସାଧାରଣ ଭାବେ ଚଳିବାକୁ ଭଲ ପାଆନ୍ତି ବୋଲି ଗ୍ରୀମସ୍‌ କହିଛନ୍ତି ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories