www.samajalive.in
Sunday, December 14, 2025
23.1 C
Bhubaneswar

ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ନିରନ୍ତର ଅଭ୍ୟାସ ଅନୁସରଣ ପ୍ରୟୋଗଶାଳା ଅନୁଷ୍ଠିତ

କଣ୍ଟାବାଞ୍ଜି :  ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା ସଂଗଠନ, ଉଚ୍ଚଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ମହାବିଦ୍ୟାଳୟ କୁ ପରିଦର୍ଶନ କରି ମହାବିଦ୍ୟାଳୟରେ ପରିମଳ ଓ ସ୍ୱାସ୍ଥ୍ୟ, ବର୍ଜ୍ୟ ବସ୍ତୁ, ଜଳଶକ୍ତି ପରିଚାଳନା ଓ ସବୁଜ ବଳୟ ର ସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି।  ସେ ଏକ ରିପୋର୍ଟ ତିଆରି କରି ଆସନ୍ତା ୨୧ ଓ ୨୨ ତାରିଖରେ ହାଇଦ୍ରାବାଦ ରେ ହେବାକୁ ଥିବା ଜାତୀୟ ସ୍ତରୀୟ ସମ୍ମିଳନୀରେ ଉପସ୍ଥାପିତ କରିବେ । ସେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀମାନଙ୍କ ସହିତ ବାର୍ତାଳାପ କରି ପରିବେଶ ସୁରକ୍ଷା ରେ ଛାତ୍ରୀ ମାନଙ୍କର ଭୂମିକା ବିଷୟରେ ଅବଗତ କରାଇଥିଲେ । ଏହି ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ, ଅଧ୍ୟାପକ ଯୁଧିଷ୍ଠିର ବେହେରା, ସୁନନ୍ଦା ରଥ, ଜିତେନ୍ଦ୍ର ସୁନା, ନେପାଳ ସେଠି ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ।  ଶ୍ରୀ ଯୋଶୀଙ୍କ ତଥ୍ୟ ଅନୁସାରେ ଆସନ୍ତା ଶିକ୍ଷା ବର୍ଷ ଠାରୁ ଗ୍ରାମୀଣ ଶିକ୍ଷା ନାମକ ଏକ ବିଷୟ ଭାରତ ସରକାରଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଦ୍ୱାରା ପ୍ରଦାନ କରାଯାଉଥିବା ପାଠ୍ୟ କ୍ରମରେ ସାମିଲ କରାଯିବ ଯାହା ଦ୍ୱାରା ଛାତ୍ର ଛାତ୍ରୀ ମାନେ ଶିକ୍ଷା ଅନୁଷ୍ଠାନ ଓ ସମାଜ ମଧ୍ୟରେ ସମ୍ପର୍କ ର ସେତୁ ଭଳି କାମ କରିପାରିବେ ବୋଲି ମତ ଦେଇଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories