www.samajalive.in
Saturday, December 13, 2025
26.1 C
Bhubaneswar

‘ହୁ’ର ଚେତାବନୀ : ୟୁକ୍ରେନର ପଡୋଶୀ ଦେଶରେ ଭୟଙ୍କର ସଂକ୍ରାମକ ରୋଗ ଆଶଙ୍କା

ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରେ ଏବେ ଭୟଙ୍କର ସଂକ୍ରାମକ ରୋଗ ବୃଦ୍ଧିର ଆଶଙ୍କା ଦେଖା ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(‘ହୁ’) ପକ୍ଷରୁ ଏନେଇ ସତର୍କ କରି ଦିଆଯାଇଛି । ୟୁକ୍ରେନର ପଡୋଶୀ ଦେଶକୁ ଲୋକମାନଙ୍କର ପଳାୟନ ଧାରା ଜାରି ରହିଛି। ରୁଷ ଆକ୍ରମଣ ହେବା ପରଠାରୁ ପ୍ରାୟ ୨୩ ଲକ୍ଷରୁ ଅଧିକ ସାଧାରଣ ନାଗରିକ ୟୁକ୍ରେନ ଛାଡିସାରିଥିବା ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ୟୁରୋପରେ ଏଭଳି ସଙ୍କଟ କେବେ ଦେଖାଯାଇନଥିଲା।

ଏହି ଲୋକମାନେ ସେଠାରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି। ସେମାନେ ଶରଣାର୍ଥୀ ଶିବିରରେ ତମ୍ବୁ ତଳେ ଅସ୍ୱାସ୍ଥ୍ୟକର ପରିବେଶରେ ଏବଂ ଭୀଷଣ ଥଣ୍ଡାରେ ରହୁଥିବା ଜଣାପଡିଛି।  ଏହାଦ୍ୱାରା ସଂକ୍ରାମକ ରୋଗ  ବୃଦ୍ଧି ଆଶଙ୍କା ଦେଖାଦେଇଛି। ପ୍ରବଳ ଥଣ୍ଡା ଯୋଗୁଁ ସେହି ଅଞ୍ଚଳଗୁଡିକରେ କୋଭିଡ ମହାମାରୀର ବିଭୀଷିକା ଦେଖାଦେଇପାରେ ବୋଲି ‘ହୁ’ କହିଛି।

- Advertisement -

ୟୁକ୍ରେନର ସର୍ବାଧିକ ଲୋକ ପୋଲାଣ୍ଡକୁ ଯାଇଥିବାବେଳେ ରୋମାନିଆ, ହଙ୍ଗେରୀ ଆଦି ରାଷ୍ଟ୍ରକୁ ମଧ୍ୟ ଅନେକ ଲୋକ ଚାଲିଯାଇଛନ୍ତି। ପ୍ରାୟ ୧୫ ଲକ୍ଷ ଲୋକ କେବଳ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ସେହିପରି ହଙ୍ଗେରୀକୁ ପ୍ରାୟ ୨ ଲକ୍ଷ, ସ୍ଲୋଭାକିଆକୁ ଦେଢଲକ୍ଷ ଲୋକ ପଳାଇ ଯାଇଛନ୍ତି। ଏହାବ୍ୟତୀତ ରୁଷ, ମଲଡୋଭା, ରୋମାନିଆ, ହଙ୍ଗେରୀ ଆଦି ରାଷ୍ଟ୍ରକୁ ମଧ୍ୟ ଅନେକ ଲୋକ ପଳାଇ ଯାଇଥିବା ଜଣାଯାଇଛି । କେବଳ ମାର୍ଚ୍ଚ ୭ ତାରିଖରେ ୧୭ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ଦେଶ ଛାଡିଥିବା କୁହାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories