www.samajalive.in
Sunday, December 7, 2025
26.1 C
Bhubaneswar

ମାରିୟୁପୋଲରେ ରୁଷ ପକ୍ଷରୁ ଦ୍ରୁତ ଆକ୍ରମଣ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଛି। ଆଜି ଯୁଦ୍ଧକୁ ୧୬ ଦିନ ବିତିଛି। ବର୍ତ୍ତମାନ ମଧ୍ୟ ଯୁଦ୍ଧର ସମାପ୍ତି ହୋଇ ନାହିଁ। ରୁଷ ପକ୍ଷରୁ ୟୁକ୍ରେନର ଅନେକ ସହର ଉପରେ ବର୍ତ୍ତମାନ ମଧ୍ୟ ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ବାହାରକୁ ପଠାଯାଇଛି।
ରୁଷ ସେନା ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ନେଇ ସୂଚନା ମିଳିଛି। ରୁଷ ସେନାଙ୍କ ବୋମା ମାଡରେ ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଛି। ଏହାସହ ସୈନ୍ୟଙ୍କ ଅପେକ୍ଷା ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ୟୁକ୍ରେନ ପକ୍ଷରୁ ସୂଚନା ମିଳିଛି।
ସେହିଭଳି ଅପରେସନ ଗଙ୍ଗା ମାଧ୍ୟମରେ ୟୁକ୍ରେନରେ ଫସିଥିବା ଆଉ ୨୪୨ ଛାତ୍ର ଭାରତ ଫେରିଛନ୍ତି। ଏହି ଛାତ୍ରମାନେ ପୋଲାଣ୍ଡ ରାସ୍ତାରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ହରଦୀପ କହିଛନ୍ତି, ସେ ସୁମୀରେ ଫସିଯାଇଥିଲେ। ସେଠାରେ ଚାରିଆଡେ କେବଳ ଗୁଳି ଚାଳନା କରାଯାଉଥିଲା। ମାତ୍ର ଭାରତୀୟ ଦୂତାବାସର ଅଧିକାରୀ ଅନେକ ସାହାଯ୍ୟ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମାରିୟୁପୋଲରେ ରୁଷ ପକ୍ଷରୁ ଦ୍ରୁତ ଆକ୍ରମଣ କରାଯାଉଛି। ରିପୋର୍ଟ ଅନୁଯାୟୀ, ପ୍ରତି ୩୦ ମିନିଟ ମଧ୍ୟରେ ଏଠାରେ ବୋମାମାଡ କରାଯାଉଛି। କଟକଣା ଥିବା ଅସ୍ତ୍ରଶସ୍ତ୍ରର ମଧ୍ୟ ବ୍ୟବହାର କରାଯାଉଛି। ଏହାସହ ଜନବସତି ଅଞ୍ଚଳକୁ ମଧ୍ୟ ଟାର୍ଗେଟ କରାଯାଉଛି।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories