ଆଠଗଡ : ଉତ୍ତରାଚଣ୍ଡୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ସ୍ଥାନୀୟ ମହୋତ୍ସବ ପଡିଆରେ ଚାଲିଥିବା ୨ୟ ପ୍ରମଥଚନ୍ଦ୍ର ମିଶ୍ର-କେଶବାନନ୍ଦ ମହାନ୍ତି ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ନାରଙ୍ଗବସ୍ତ କ୍ରିକେଟ କ୍ଲବ ଓ ମାହାଳପଡା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନାରଙ୍ଗବସ୍ତ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ୱିକେଟ ହରାଇ ୧୩୧ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ମାହାଳପଡା କ୍ରିକେଟ କ୍ଲବ ମାତ୍ର ୭ ଓଭରରେ ୩ ୱିକେଟ ହରାଇ ଆବଶ୍ୟକୀୟ ୧୩୨ରନ୍ ସଂଗ୍ରହ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତା ଓ ଉପସଭାନେତ୍ରୀ ସୁଷମା ପରିଡା ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସନ୍ଦିପ କୁମାର ପଣ୍ଡା ଓ ବିଶ୍ୱଜିତ୍ ମିଶ୍ର ମ୍ୟାଚ ପରିଚାଳନା କରିଥିଲେ।
Popular Categories



