www.samajalive.in
Sunday, December 14, 2025
16.1 C
Bhubaneswar

ଚୌଦ୍ୱାର ପୌର ନିର୍ବାଚନ : ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରାର୍ଥୀ ଓ ଦଳ

ଚୌଦ୍ୱାର : ଚୌଦ୍ୱାର ପୌରନିର୍ବାଚନ ପାଇଁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ପରେ ପୌରାଧ୍ୟକ୍ଷ ପଦ ପାଇଁ ୮ଜଣ ଓ କାଉନସିଲର ପାଇଁ ୮୮ଜଣଙ୍କର ନାମାଙ୍କନ ପତ୍ର କାଏମ୍ ରହିଥିବା ଜଣା ପଡ଼ିଛି । ଚୌଦ୍ୱାରରେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଓଟିଏମ୍ ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ଦୀପକ କୁମାର ବାରିକଙ୍କ ନେତୃତ୍ୱାଧୀନ ଦଳ ତରଫରୁ କିଏ ଅଧ୍ୟକ୍ଷା ପ୍ରାର୍ଥୀ ହେବ ତାହା ଦଳ ତରଫରୁ ଘୋଷଣା କରା ଯାଇନାହିଁ। ସ୍ୱାଧୀନ ଭାବେ ସୁନୀତା ମହାପାତ୍ର, ଜୟନ୍ତୀ ପୃଷ୍ଟି, ପୁଷ୍ପଲତା ପରିଡ଼ା, ବିନ୍ଦୁ ବାସିନୀ ଦାଶ,ସୁଜାତା ବେହେରା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସ୍ୱାଧୀନ ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାପରେ କିଛି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମ୍ଭାବନା ରହିଛି । ସ୍ୱାଧୀନ ଦଳ ପୂର୍ବ ପରି ଏହାର ନିର୍ବାଚନ ଚିହ୍ନ ସାଇକେଲକୁ ହାତେଇଥିବା ପ୍ରକାଶ ।୧୯ୱାର୍ଡ଼ ବିଶିଷ୍ଟ ଏହି ପୌରପାଳିକାରେ ବିଜେଡ଼ି, ବିଜେପି ଓ ସ୍ୱାଧୀନ ଦଳ ସମସ୍ତ ୱାର୍ଡ଼ରେ ପ୍ରାର୍ଥୀ ଦେଇଥିବାବେଳେ ପ୍ରାୟ ସମସ୍ତ ୱାର୍ଡ଼ରେ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାକୁ ଓହ୍ଲାଇଛନ୍ତି ।

ମନୋନୟନ ପତ୍ର ପ୍ରତ୍ୟାହାର ପରେ ୱାର୍ଡ଼ୱାରୀ ପ୍ରତିଦ୍ୱନ୍ଦୀ ମାନଙ୍କ ସଂଖ୍ୟା ସ୍ପଷ୍ଟ ହେବ । ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ବିଧିବଦ୍ଧଭାବେ ଆରମ୍ଭ ହୋଇ ନଥିଲେହେଁ ବିଭିନ୍ନ ଦଳ ତରଫରୁ ନିର୍ବାଚନ ରଣନୀତି ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ଓ ପ୍ରାର୍ଥୀ ମାନେ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । ବିଜେପି ଦଳ ତରଫରୁ କଳିଙ୍ଗ ଛକରେ ଏକ ଦଳୀୟ କାର୍ଯ୍ୟାଳୟ ଖୋଲା ଯାଇଛି । ଚୌଦ୍ୱାର-କଟକ ବିଜେପି ନେତା ନୟନ କିଶୋର ମହାନ୍ତି ଏହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନେତା କୈଳାସ ଚନ୍ଦ୍ର ବେହେରା, ଜ୍ଞାନେନ୍ଦ ସ୍ୱାଇଁ, ବୈରାଗୀ ପ୍ରଧାନ, ପ୍ରଶାନ୍ତ ହୋତା, ଅକ୍ଷୟ ଭୁୟାଁ, ଅଧ୍ୟକ୍ଷା ପ୍ରାର୍ଥୀ ଦେବସ୍ମିତା ନାୟକ ପ୍ରମୁଖଙ୍କ ସମେତ ଦଳୀୟ ସମସ୍ତ ପ୍ରାର୍ଥୀ ଯୋଗଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଚୌଦ୍ୱାରରେ ବିଜେଡ଼ି ଦଳର ପ୍ରଚାର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡ଼ି କଟକ ଜିଲା ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, ଜିଲା ସମ୍ପାଦକ ଶୁଭେନ୍ଦୁ ସାମଲ, ଯୁବନେତା ଅର୍ଜୁନ ପଣ୍ଡା ପ୍ରମୁଖ ପ୍ରାର୍ଥୀ ଓ କର୍ମୀଙ୍କ ସହିତ ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ତେବେ ଆସନ୍ତା ୧୪ ତାରିଖ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ବିଧିବଦ୍ଧ ପ୍ରଚାର ଆରମ୍ଭ ହେବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories