www.samajalive.in
Sunday, December 14, 2025
26.1 C
Bhubaneswar

ବେଆଇନ ରେଳ ଟିକେଟ କାରବାର : ଜଣେ ଗିରଫ

ସମ୍ବଲପୁର :  ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ବୁର୍ଲା ଅଞ୍ଚଳରୁ ବେଆଇନ ଭାବେ ରେଳ ଟିକେଟ କାରବାର କରୁଥିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ ଜଣଙ୍କୁ ଗିରଫ କରିଛି ।  ସୂଚନାନୁଯାୟୀ, ରେଳବାଇର କେନ୍ଦ୍ରୀୟ ମନିଟରିଂ ଦଳ ଦ୍ୱାରା ବୁର୍ଲା ଅଞ୍ଚଳର ଆଇଜି ମାର୍କେଟ (ବସଷ୍ଟାଣ୍ଡ) ଅଞ୍ଚଳରେ ବେଆଇନ ଭାବରେ ବ୍ୟକ୍ତିଗତ ଆଇଡିରୁ ବହୁ ଟିକେଟ ବୁକିଂ ହେଉଥିବାର ଠାବ କରିବା ପରେ ଖବର ସମ୍ବଲପୁର ଆରପିଏଫ ନିକଟରେ ପହଞ୍ଚିଥିଲା । ଏଣୁ ଆରପିଏଫ ଅଧିକାରୀ ଏମ. ଯାଦବ, ଏସଆଇ ସିଏଚ ନିହାରିକା, ଏସଆଇ ମୁକେଶ କୁମାର, ବିମଳ ଦାଶ, ପି. ପ୍ରଧାନ, ସି. ଖରସେଲ ପ୍ରମୁଖ ବୁର୍ଲା ଠାରେ ଉକ୍ତ ବ୍ୟକ୍ତିଙ୍କ ଜୋତା ଦୋକାନରେ ବୁଧବାର ସନ୍ଧ୍ୟା ସମୟରେ ଅଚାନକ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅଭିଯୁକ୍ତ ପ୍ରକାଶ ଛାବରିଆଙ୍କ ନିକଟରୁ ଅନେକ ଯାତ୍ରୀବାହୀ ରେଳଗାଡିର ଇ-ରେଳ ଟିକେଟ ମିଳିଥିଲା । ଅଭିଯୁକ୍ତ ରେଳବାଇର ଅଧିକୃତ ଏଜେଣ୍ଟ ନ ଥିବା ବେଳେ ଅଧିକ ଲାଭ ପାଇଁ ସେ ତାଙ୍କର ମୋବାଇଲ ଫୋନ ଜରିଆରେ ଟିକେଟ ବୁକିଂ କରୁଥିଲେ। ରେଳବାଇ ନିୟମାନୁଯାୟୀ ଏହା ବେଆଇନ ହୋଇଥିବାରୁ ସମ୍ବଲପୁର ଆରପିଏଫ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଗୁରୁବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ, ବିଗତ ୨୦୧୯ ମସିହାରେ ବେଆଇନ ଭାବରେ ରେଳ ଟିକେଟ କାରବାର କରୁଥିବା ଅଭିଯୋଗରେ ୩ ଥର ବିଭିନ୍ନ ସ୍ଥାନରେ ଆରପିଏଫ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହିତ ବହୁ  ଇ-ଟିକେଟ ଏବଂ କମ୍ପ୍ୟୁଟର ଆଦି ଜବତ କରିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories