ରେଙ୍ଗାଲି: ରେଙ୍ଗାଲି ବ୍ଲକର ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ସ୍କୁଲ ସ୍ବାସ୍ଥ୍ୟସଚେତନତା ସଂପର୍କରେ ତାଲିମ ଦେବାପାଇଁ ଆଜି ଲଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲିମ ଶିବିର ଆୟୋଜିତ ହୋଇଛି। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ଡ଼ାକ୍ତର ଆଶିଷ ମାଝି ଉଦ୍ଘାଟନ କରିଥିଲେ। ଡ.ଗୌରିଦାସ ପଧାନ, ଯଦୁମଣି ଗନିକ, ଆୟୁଷ ଡ଼ାକ୍ତର ଅଜିତ ପଟ୍ଟନାୟକ, ସଂଜୀବ ବିଶ୍ବାଳ ଏହି ଶିବିରରେ ଯୋଗ ଦେଇ ସ୍କୁଲ ସ୍ବାସ୍ଥ୍ୟ ସଚେତନତାର ବିଭିନ୍ନ ପ୍ରସଙ୍ଗରେ ତାଲିମ ଦେଇଥିଲେ। ବ୍ଲକ୍ ପ୍ରୋଗାମ ମେନେଜର ଆଲୋକ ଚନ୍ଦ୍ର ବେହେରା କାର୍ଯକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ୩୯ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯକ୍ରମରେ ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ବ୍ଲକର ଅନ୍ୟ ପ୍ରଧାନ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ଜଣାପଡିଛି।
Popular Categories



