www.samajalive.in
Friday, December 12, 2025
14.1 C
Bhubaneswar

ହଲାଣ୍ଡେଙ୍କ ଆରୋପ ପଛରେ କଂଗ୍ରେସର ଷଡ଼ଯନ୍ତ୍ର: ଜେଟ୍‍ଲୀ

ନୂଆଦିଲ୍ଳୀ: ରାଫେଲ୍‍ ଚୁକ୍ତି ପ୍ରସଙ୍ଗରେ ଦେଶର ରାଜନୀତି କ୍ରମଶଃ ଉଷ୍ମ ହେବାରେ ଲାଗିଛି। ପ୍ରତିଦିନ ଆରୋପ ପ୍ରତ୍ୟାରୋପର ନୂଆ ଅଧ୍ୟାୟ ଦେଖିବାକୁ ମିଳୁଛି। ୨୦୧୯ ନିର୍ବାଚନ ପାଖେଇ ଆସିଥିବାରୁ କଂଗ୍ରେସ ବିଜେପି ବିରୋଧରେ ଏତେ ବଡ଼ ପ୍ରସଙ୍ଗକୁ ହାତଛଡ଼ା କରିବାକୁ ଚାହୁଁନି। ଅପରପକ୍ଷରେ ଦେଶବାସୀଙ୍କ ଆଗରେ କଂଗ୍ରେସକୁ ଭୁଲ୍‍ ପ୍ରମାଣିତ କରିବାକୁ ବିଜେପି ମଧ୍ୟ ପୁରା ଦମ୍‍ରେ ଲାଗିପଡ଼ିଛି। ଆଜି ଏହି ଧାରାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଅବସରରେ ଶ୍ରୀଜେଟ୍‍ଲୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବା ବେଳେ ଶବ୍ଦ ସଂଯମତା ରକ୍ଷା କରିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି ଯେଭଳି ଶବ୍ଦ ବ୍ୟବହାର କରିଛନ୍ତି ସେଥିରୁ ତାଙ୍କର ଅପରିପକ୍ୱତାର ପ୍ରମାଣ ମିଳୁଛି। ସର୍ବସାଧାରଣଙ୍କ ସହିତ ଆଲୋଚନା ଓ ମତ ବିନିମୟ ପିଲା ଖେଳ ନୁହେଁ। କାହାକୁ ଆଲିଙ୍ଗନ କରିବା, ଆଖି ମାରିବା ଓ ତା ପରେ ଭୁଲ୍‍ ମତ ଉପସ୍ଥାପନ କରିବା ବୁଦ୍ଧିମାନ ବ୍ୟକ୍ତିର କାର୍ଯ୍ୟ ନୁହେଁ। ରାଫେଲ୍‍ ଚୁକ୍ତି ବେଳେ ଭାରତ ସରକାରଙ୍କ ସୁପାରିସ ଆଧାରରେ ରିଲାଏନ୍ସ ଡିଫେନ୍ସକୁ ଅଫ୍‍ସେଟ ପାର୍ଟନର ଭାବେ ଗ୍ରହଣ କରାଯାଇଥିବା ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ହଲାଣ୍ଡେ ଦେଇଥିବା ସୂଚନା ଓ ରାହୁଲ୍‍ ଗାନ୍ଧିଙ୍କ ଅଗଷ୍ଟ ୩୦ ତାରିଖରେ କରିଥିବା ଟ୍ୱିଟ୍‍କୁ ତର୍ଜମା କଲେ ଦୁଇଟି ଯାକ ଯୋଜନାବଦ୍ଧ ବୋଲି ଜଣାପଡ଼ୁଛି।
ଅଗଷ୍ଟ ୩୦ ତାରିଖରେ ରାହୁଲ୍‍ ଟ୍ୱିଟ୍‍ରେ ଲେଖିଥିଲେ ଯେ ‘ପ୍ୟାରିସରେ କିଛି ବୋମା ବିସ୍ଫୋରଣ ହେବାକୁ ଯାଉଛି। ରାଫେଲ୍‍ ଏୟାରକ୍ରାଫ୍ଟ ଖୁବ୍‍ ଜୋରରେ ଖୁବ୍‍ ଦୂର ବାଟ ଉଡ଼ିବାକୁ ଯାଉଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହି ବିମାନରୁ ଶକ୍ତିଶାଳୀ ବୋମା ବର୍ଷଣ ହେବାକୁ ଯାଉଛି। ମୋଦୀ ଜୀ! ଅନିଲ୍‍ଙ୍କୁ କୁହନ୍ତୁ ଫ୍ରାନ୍ସରେ ଏକ ବଡ଼ ସମସ୍ୟା ସୃଷ୍ଟି ହେବାକୁ ଯାଉଛି।’
ଜେଟ୍‍ଲୀ ଆହୁରି କହିଛନ୍ତି ଯେ କଂଗ୍ରେସ କିଛି ବି ଚିନ୍ତା କରିପାରେ କିଛି ବି କହିପାରେ। କିନ୍ତୁ ବିଶ୍ୱର ସବୁ ଦେଶରେ ଏକ ନିର୍ଦ୍ଦିଷ୍ଟ ଆଚରଣ ବିଧି ରହିଛି। ଶହ ଶହ ବର୍ଷ ଧରି ତାହା ପାଳିତ ହୋଇ ଆସୁଛି। ମଣିଷ ଭୁଲ୍‍ ତଥ୍ୟ ଉପସ୍ଥାପନ କରିପାରେ;କିନ୍ତୁ ପରିସ୍ଥିତି ଓ ଘଟଣା କେବେ ମିଛ ହୋଇପାରେନା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories