www.samajalive.in
Monday, December 8, 2025
24.1 C
Bhubaneswar

ବେଆଇନ ପଥର ଉତ୍ତୋଳନ ମହଙ୍ଗା ପଡ଼ିଲା: ଠିକାସଂସ୍ଥାକୁ ୨୩ଲକ୍ଷ୯୫ହଜାର ରୟାଲଟି, ୫ଲକ୍ଷ ଜୋରିମାନା ନୋଟିସ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଶଙ୍କୁଲେଇ ନୂଆ ପଥର ଖାଦାନାରେ ବୁଧୁବାର ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ସୁପରଭାଇଜର ନିଶିକାନ୍ତ ମେହେର ପ୍ରମୁଖ ସଦଳବଳେ ଚଢାଉ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚିଲା ପରେ ଉକ୍ତ ପଥର ଖାଦାନରୁ ହିଟାଚି ମେସିନ ସାହାଯ୍ୟରେ ବେଆଇନଭାବେ ପଥର ଉତ୍ତୋଳନ କରାଯାଇ ଚୋରାଚାଲାଣ ଚାଲିଥିବା ଦେଖିବାକୁ ପାଇଥିଲେ। ବିନା ଲିଜରେ ଦୀର୍ଘ ୩ବର୍ଷ ହେଲା ରଣଜିତ ବିଲଡକନ ନାମକ ଠିକାସଂସ୍ଥା କାହା ସାହସରେ ଏଭଳି ବେଆଇନ ପଥର ଉତ୍ତୋଳନ କରୁଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତହସିଲଦାର ଠିକାସଂସ୍ଥା ବିରୁଦ୍ଧରେ ୨୩ଲକ୍ଷ ୯୫ହଜାର ଟଙ୍କା ରୟାଲଟି ସହିତ ୫ଲକ୍ଷଟଙ୍କା ଜୋରିମାନା ଦେବାକୁ ଏକ ଡିମାଣ୍ଡ ନୋଟିସ ଦେଇଛନ୍ତି। ଏହା ସହିତ ପଥର ଉତ୍ତୋଳନ କରୁଥିବା ମେସିନ ଉପରେ ୧ଲକ୍ଷଟଙ୍କା ଜୋରିମାନା କାଟିଛନ୍ତି।

ସୂଚନା ଥାଉ କି, ଧଳପୁର-ଆଠମଲ୍ଲିକ ମହାନଦୀସେତୁ ନିର୍ମାଣ କରୁଥିବା ରଣଜିତ ବିଲ୍ଡକନ ନାମକ ଠିକାସଂସ୍ଥା ୨୦୧୯ରେ ଖରଶଙ୍କୁଲେଇ ନୂଆ ପଥର ଖାଦାନକୁ ତିନି ମାସିଆ ଲିଜ ଆକାରେ ନେଇଥିଲା। ମାତ୍ର ଲିଜ ନବୀକରଣ ନକରି ଦୀର୍ଘ ୩ବର୍ଷ ହେଲା କିଛି ଅସାଧୁ ରାଜସ୍ୱ କର୍ମଚାରୀଙ୍କୁ ହାତକରି ବେନିୟମ ପଥର ଉତ୍ତୋଳନ ଯୋଗୁଁ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନୀ ଘଟୁଥିଲା। ମାତ୍ର ଏତେ ବିଳମ୍ବରେ ରାଜସ୍ୱ ବିଭାଗ ଠିକାସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ବେଆଇନଭାବେ ଠିକାସଂସ୍ଥା ପଥର ଉତ୍ତୋଳନ କରିବା ସ୍ପଷ୍ଟ ହୋଇଛି। ଠିକାସଂସ୍ଥା ବିରୁଦ୍ଧରେ ଜୋରିମାନା, ରୟାଲିଟି ସହ ୨୯ଲକ୍ଷଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଠିକାସଂସ୍ଥା ରୟାଲଟି ଦେଖାଇନପାରିଲେ ଆମେ ମାପ ଅନୁସାରେ ରୟାଲଟି ଏବଂ ଜୋରିମାନା ଆଦାୟ ପାଇଁ ନୋଟିସ କରାଯିବ ବୋଲି କହିଥିଲେ।ଏହା ସହିତ ଆଗକୁ ବିନା କାଗଜପତ୍ରରେ ଖଣ୍ଡିଏ ବି ପଥର ନେଲେ ପୁର୍ନବାର କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories