www.samajalive.in
Monday, December 8, 2025
14.1 C
Bhubaneswar

ଡିଜିଟାଲ ସାକ୍ଷରତା ହାସଲ କ୍ଷେତ୍ରରେ ଗ୍ରାମାଞ୍ଚଳ ଆଗରେ – ସ୍ମୃତି ଇରାନୀ

ଦେଶର ଗ୍ରାମାଞ୍ଚଳରେ ବୈଷୟିକ ଜ୍ଞାନର ବହୁଳ ବ୍ୟବହାର ହେଉଛି ଓ ଅଧିକରୁ ଅଧିକ ଗ୍ରାମାଞ୍ଚଳର ମହିଳା ଡିଜିଟାଲ ସାକ୍ଷରତା ହାସଲ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ‘ମହିଳା ଏବଂ ଡିଜିଟାଲ ଅର୍ଥନୀତି: ଆତ୍ମନିର୍ଭର ନାରୀ, ଆତ୍ମନିର୍ଭର ଭାରତ’ ଶୀର୍ଷକ ୱେବନାରରେ ଯୋଗ ଦେଇ ସେ କହିଛନ୍ତି, ବୈଷୟିକ ଜ୍ଞାନର ଯେଭଳି ବ୍ୟବହାର କରାଯାଉଛି, ସେଥିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦୃଷ୍ଟିର ସଫଳତା ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ ୟୁପିଆଇ ଦେଶରେ ଇତିହାସ ସୃଷ୍ଟି କରିଛି ଓ କରୋନା ମହାମାରୀ ସମୟରେ ଦେଶ ପାଇଁ ସୁଯୋଗ ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, ଯେଉଁ ଦେଶଗୁଡିକ କ୍ଷୁଦ୍ର ବ୍ୟବସାୟକୁ ଉପେକ୍ଷା କରିଛନ୍ତି, ସେମାନେ ଆର୍ଥିକ ତ୍ରୁଟିର ସମ୍ମୁଖୀନ ହେଉଛନ୍ତି। ଅଭିବୃଦ୍ଧି ଏକ ସାମୂହିକ ବିଷୟ ଓ ଏଥିରୁ ପ୍ରତ୍ୟେକ କ୍ଷେତ୍ର ଲାଭାନ୍ୱିତ ହୋଇଥାଏ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories