www.samajalive.in
Sunday, December 14, 2025
15.1 C
Bhubaneswar

ମୃତ୍ତିକା ସଂରକ୍ଷଣ ବିଭାଗ ନାଁରେ ଫାର୍ମପଣ୍ଡ ଦୁର୍ନୀତି; ଶ୍ରମିକ ବଦଳରେ ମେସିନ ଖୋଳୁଛି ବନ୍ଧ

ହରଭଙ୍ଗା: ହରଭଙ୍ଗା ବ୍ଲକରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମନରେଗା ଯୋଜନାରେ ଫାର୍ମପଣ୍ଡ ନିର୍ମାଣରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି। ମନରେଗା ନିୟମକୁ ବିଭାଗ ସଂପୂର୍ଣ୍ଣ ଦଳିଚକଟି ଦେଇ ପେଟି ଠିକାଦାରଙ୍କ ଜରିଆରେ ମେସିନ ସାହାଯ୍ୟରେ ନିର୍ମାଣ ଯୋଗୁଁ ଶ୍ରମଭିତ୍ତିକ ଯୋଜନା ହରଭଙ୍ଗା ବ୍ଲକରେ ସମ୍ପୂର୍ଣ୍ଣ ବାଟବଣା ହୋଇଛି। ଯାହାଦ୍ୱାରା ଜଣେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନଥିବା ଜଣାପଡିଛି। ଏହାଦ୍ୱାରା ବିଭାଗୀୟ ପିଆଇଏଠାରୁ ଆରମ୍ଭକରି ଜେସିବି ମାଲିକ, ଦଲାଲ୍‍ ଏବଂ ଉପରିସ୍ଥ କର୍ମଚାରୀମାନେ ଏହାର ଲାଭ ଗୋଟାଉଥିବା ବେଳେ ଏହି ଦୁର୍ନୀତି ପଛରେ ଏକ ରାକେଟ୍‌ ଚାଲିଥିବା ଜଳ ଜଳ ହୋଇଦିଶୁଛି।

ପ୍ରକାଶ ଯେ ମୃତିକା ସଂରକ୍ଷଣ ବିଭାଗ ଜରୀଆରେ ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥୀକବର୍ଷ ପାଇଁ ପାଖାପାଖି ୩ଶହ ଫାର୍ମପଣ୍ଡ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।ଗୋଟିଏ ଗୋଟିଏ ଫାର୍ମପଣ୍ଡ ନିର୍ମାଣ ପାଇଁ ୧ଲକ୍ଷ୮୫ହଜାରରୁ ଆରମ୍ଭ କରି ବର୍ତମାନ ୨ଲକ୍ଷଟଙ୍କା ବ୍ୟୟରେ ଏହାର ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ହିତାଧିକାରୀଙ୍କ ପାଖରୁ ଜବକାର୍ଡ, ଜମିପଟ୍ଟା, ଆଧାରକାର୍ଡ, ବ୍ୟାଙ୍କ ପାସବୁକ୍‍ ଭଳି ଆନୁସାଙ୍ଗିକ କାଗଜପତ୍ର ଦାଖଲପରେ ତାଙ୍କ ନାମ ପଞ୍ଜିକୃତ କରାଯାଉଛି। ପଞ୍ଜିକୃତ ହିତାଧିକାରୀଙ୍କ ଜମିରେ ଶ୍ରମିକଦ୍ୱାରା ୨୦ଫୁଟ୍‍ ଗଭୀର ୨୦ଫୁଟ ଓସାର ସହିତ ୧୦ଫୁଟ ଓସାରର ଏକ କୃଷି ବନ୍ଧ ନିର୍ମାଣ ପାଇଁ ମାଟିକାମ କରିବା ପରିବର୍ତେ ସିଧାସଳଖ ଦଲାଲ ଜରିଆରେ ମେସିନ ସାହାଯ୍ୟରେ ୩୦ରୁ ୩୫ଘଣ୍ଟା କାମ କରାଯାଇ ଶ୍ରମିକ ନାଁରେ ମିଥ୍ୟା ମଷ୍ଟରରୋଲ ସାହାଯ୍ୟରେ ଅନୁଦାନ ଅର୍ଥ ବାଟମାରଣା କରାଯାଉଛି। ମାତ୍ର ୬୦ରୁ ୭୦ହଜାର ଟଙ୍କା ବ୍ୟୟରେ ଜେସିବି ମେସିନ ଟ୍ରାକ୍ଟର ସାହାଯ୍ୟରେ ଗୋଟିଏ ଗୋଟିଏ କୃଷିଫାର୍ମ ନିର୍ମାଣ କରି ପିଆଇଏ, ଦଲାଲ୍‍ ଏବଂ ଉପରିସ୍ଥ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ବ୍ୟାପକ ହରିଲୁଟ୍‍ ଚାଲିଥିବା ନଜରକୁ ଆସିଛି। ଏଥିପ୍ରତି ମୃତ୍ତିକା ସଂରକ୍ଷଣ ବିଭାଗ ସଚିବ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଠୋରକାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି। ଏ ସର୍ମ୍ପକରେ ବୌଦ୍ଧ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ଜିଲ୍ଲାରେ ଏକହଜାର ଫାର୍ମପଣ୍ଡ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବର୍ତମାନ ମାତ୍ର ଶହେଟି ଫାର୍ମପଣ୍ଡ ନିର୍ମାଣ ସରିଛି। ମେସିନ ସାହାଯ୍ୟରେ ଅନିୟମିତତା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories